29.1 C
Bhubaneswar
Saturday, July 27, 2024
Homeଓଡିଶାବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ, ୩ ଗୁରୁତର

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ, ୩ ଗୁରୁତର

ଯାଜପୁର: ଗଣେଶ ପୂଜା ପୂର୍ବରୁ ଅଘଟଣ। ଗଣେଶ ମେଢ଼ ନେଇ ଯାଉଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ, ତିନି ଜଣ ଆହତ। ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିବିଲ ଠାରେ। ସୂଚନା ମୁତାବକ, ପ୍ରାୟ ୮ ଜଣ ଯୁବକ ଗୋଟିଏ ଟ୍ରାକ୍ଟରରେ ଗଣେଶ ମେଢ଼ ନେଇ ଯାଉଥିଲା ବେଳେ ବାଲିବିଲ ନିକଟ ରାସ୍ତା ଉପର ଦେଇ ଯାଇଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସହିତ ମେଢ଼ ଲାଗି ଯାଇଥିଲା । ଫଳରେ ଟ୍ରାକ୍ଟର ଚାର୍ଜ ହୋଇ ଯାଇଥିଲା । ଟ୍ରାକ୍ଟରରେ ଥିବା ଯୁବକ ମାନଙ୍କ ମଧ୍ୟରୁ କିଛି ଛିଟିକି ପଡିଥିଲା ବେଳେ ଚାରି ଜଣ ଗୁରୁତର ଆହତ ହୋଇଥିଲେ । ଆହତ ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ଢି଼ଅବାରିଙ୍ଗି ଗ୍ରାମର ଦତ୍ତହରି ରାଉତଙ୍କ ପୁଅ ସମୀର ରାଉତ(୩୫)ଙ୍କୁ ମୃତ ଘୋଷଣା କରିଥିଲେ । ଅପରପକ୍ଷେ ବାଜପଡା ଗ୍ରାମର ନରେଶ ଦାସ(୩୪), ଅଜମ୍ବର ରାଉତ(୩୫) ଓ ସମରେନ୍ଦ୍ର ରାଉତ(୩୫) ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking