40.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଉଦ୍ଧବ ସରକାରଙ୍କୁ ବଡ଼ ଝଟକା

ଉଦ୍ଧବ ସରକାରଙ୍କୁ ବଡ଼ ଝଟକା

ମହାରାଷ୍ଟ୍ର: ଫ୍ଲୋର ଟେଷ୍ଟ ଉପରେ ରହିତାଦେଶ ମିଳିଲାନି । ମହାରାଷ୍ଟ୍ରର ଉଦ୍ଧବ ଠାକ୍‌ରେ ସରକାରଙ୍କୁ ବଡ଼ ଝଟକା । ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟ ଉପରେ ରହିତାଦେଶ ମିଳିଲାନି । ରହିତାଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ । ରାଜ୍ୟପାଳଙ୍କ ନିର୍ଦ୍ଦେଶ ଅନୁସାରେ କାଲି ହେବ ଫ୍ଲୋର ଟେଷ୍ଟ । ୧୬ ବିଦ୍ରୋହୀ ବିଧାୟକ ବି ଦେଇପାରିବେ ଭୋଟ୍ ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ବିଦ୍ରୋଦୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ନିଜ ନିଜ ଯୁକ୍ତି ରଖିଥିଲେ। ଉଦ୍ଧବ ସରକାରଙ୍କୁ ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳ ଭଗତ ସିଂ କୋଶିୟାରି ଦେଇଥିବା ନିର୍ଦ୍ଦେଶକୁ ଶିବସେନା ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲା। ଆବେଦନରେ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଲାଗୁ କରିବାକୁ ନିବେଦନ କରାଯାଇଥିଲା। ମହାରାଷ୍ଟ୍ର ସରକାର ୧୬ ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ନେଇ ସୁପ୍ରିମକୋର୍ଟରେ ମାମଲା ବିଚରାଧୀନ ରହିଛି। ଏହି ଆଧାରରେ ରାଜ୍ୟପାଳ ଡାକିଥିବା ଫ୍ଲୋର ଟେଷ୍ଟ ପଦକ୍ଷେପ ଉପରେ ରହିତାଦେଶ ଲାଗୁ ପାଇଁ ନିବେଦନ କରାଯାଇଥିଲା।

ଗୁରୁବାର ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ଉଦ୍ଧବ ଠାକରେ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟପାଳ । କାଲି ହୋଇପାରେ ଫ୍ଲୋର ଟେଷ୍ଟ । କାଲି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇପାରନ୍ତି ଉଦ୍ଧବ ଠାକରେ । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି ରାଜ୍ୟପାଳ । ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ହୋଇପାରେ ଫ୍ଲୋର ଟେଷ୍ଟ । ଅନ୍ୟପଟେ କାଲି ମୁମ୍ବାଇ ଫେରିବେ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ । ବ୍ୟାଗ୍ ପ୍ୟାକ୍ କରିବାକୁ ହୋଟେଲ କର୍ମଚାରୀଙ୍କୁ କହିଛନ୍ତି ବିଧାୟକ । ଏହା ସହ ଗୁଆହାଟୀରେ କାମାକ୍ଷା ମନ୍ଦିରରେ ଦର୍ଶନ କରିଛନ୍ତି ଏକନାଥ ସିନ୍ଦେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking