28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକ୍‌ରେ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକ୍‌ରେ

ମହାରାଷ୍ଟ୍ର : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକ୍‌ରେ । ଆସନ୍ତାକାଲି ଫ୍ଲୋର୍ ଟେଷ୍ଟ ପୂର୍ବରୁ ପଦ ଛାଡ଼ିଲେ ଉଦ୍ଧବ । ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ଦେଇ ଇସ୍ଥଫା ଦେଲେ । ବିଧାନ ପରିଷଦ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଲେ । ତାଙ୍କ ଶାସନରୁ କଲ୍ୟାଣମୂଳକ କାର୍ଯ୍ୟ ସର୍ମ୍ପକରେ ରଖିଲେ ମତ । ନିଜ ଦଳଲୋକ ବିଶ୍ୱାସ ଘାତକତା କରିଥିବା କହିଲେ । ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ ମିଳିନଥିଲା। ରହିତାଦେଶ ଦେବାକୁ ମନା କରିଲେ ସୁପ୍ରିମକୋର୍ଟ।

ଆଜି ଶେଷ ହିନ୍ଦୁତ୍ୱ କାର୍ଡ ଖେଳିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ । ମହାରାଷ୍ଟ୍ର ଔରଙ୍ଗାବାଦ୍ ଏବଂ ଓସମାନାବାଦର ନାଁ ବଦଳାଇବାକୁ କ୍ୟାବିନେଟେରେ ନିଷ୍ପତ୍ତି ହୋଇଛି ଔରାଙ୍ଗାବାଦକୁ ସାମ୍ଭାଜି ନଗର ଏବଂ ଓସମାନାବାଦ ସହରର ନାଁକୁ ଧରାଶିବ ରଖାଯିବ । ସେହିଭଳି ନାଭି ମୁମ୍ବାଇ ବିମାନବନ୍ଦରର ନାଁକୁ ଡିବି ପାଟିଲ ଆନ୍ତର୍ଜାତୀୟ ବିମାନବନ୍ଦର ଭାବେ ପରିବର୍ତ୍ତିତ କରାଯିବାକୁ ମହାରାଷ୍ଟ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି ।

ଉଦ୍ଧବ ସରକାରଙ୍କୁ ବଡ଼ ଝଟକା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking