32.1 C
Bhubaneswar
Thursday, March 28, 2024
Homeଓଡିଶାଆକ୍ସନ ମୋଡ୍‌ରେ ଗଣଶିକ୍ଷା ମନ୍ତ୍ରୀ: ୨ ଜଣଙ୍କ ଦରମା ବନ୍ଦ, ୭ ଜଣ ଶିକ୍ଷକଙ୍କୁ କାରଣ...

ଆକ୍ସନ ମୋଡ୍‌ରେ ଗଣଶିକ୍ଷା ମନ୍ତ୍ରୀ: ୨ ଜଣଙ୍କ ଦରମା ବନ୍ଦ, ୭ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌

ମୟୂରଭଞ୍ଜ : ଗଣଶିକ୍ଷା ମନ୍ତ୍ରୀଙ୍କ ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ । ବିଶୋଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନ କରିଥିଲେ ସମୀର ଦାଶ । କାର୍ଯ୍ୟରେ ଅବହେଳା ପାଇଁ ୨ ଜଣଙ୍କ ଦରମା ବନ୍ଦ କରିବା ସହ ୭ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଏହା ସହ ପ୍ରଧାନଶିକ୍ଷକ ସମ୍ମିଳନୀରେ ଯୋଗ ଦେଇଥିଲେ ସମୀର ଦାଶ ।

୫-ଟି ହେବା ପରେ ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢିଛି । ଫଳରେ ଚଳିତ ଶିକ୍ଷାବର୍ଷରେ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟରେ ନାମ ଲେଖାଇଛନ୍ତି । ଯାହାର ଶ୍ରେୟ ସିଧାସଳଖ ଶିକ୍ଷକଙ୍କର ବୋଲି ମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ, ତୃତୀୟ ଶ୍ରେଣୀର ପିଲା ତିନିକ ପଣିକିଆ ନକହି ପାରିବା ପରେ ଏପରି ନିଷ୍ପତ୍ତି ନେଇଥିଲେ । ଜଣେ ଅଧେ ନୁହେଁ, ୪-୫ ଜଣଙ୍କୁ ସେହି ତିନିକ ପଣିକିଆ ପଚାରିଲେ ମନ୍ତ୍ରୀ । ହେଲେ କେହି କହିନପାରିବା ପରେ ବାଲେଶ୍ୱର ମଠ ସାହି ମହାବୀର ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking