25.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶନମାଜ ପାଠ ବେଳେ ୯ ବର୍ଷର ନାବାଳକକୁ ଯୌନ ନିର୍ଯାତନା

ନମାଜ ପାଠ ବେଳେ ୯ ବର୍ଷର ନାବାଳକକୁ ଯୌନ ନିର୍ଯାତନା

ମୁମ୍ବାଇ: ମହାରାଷ୍ଟ୍ର ପୁଣେରେ ୯ ବର୍ଷର ନାବାଳକକୁ ଯୌନ ନିର୍ଯାତନା । ମସଜିଦକୁ ନମାଜ ପାଠ କରିବାକୁ ଯାଇଥିବା ବେଳେ ଧାର୍ମିକ ପୀଠରେ ଏଭଳି ଘଟଣାର ଶିକାର ହୋଇଛନ୍ତି ନାବାଳକ । ପୀଡିତ ନାବାଳକର ମାମୁଁ କନ୍ଧୱା ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତର ନାମ ମହମ୍ମଦ ୟୁସୁଫ ଜଣାପଡ଼ିଥିବା ବେଳେ ପୋଲିସ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଗତ ୧୦ ତାରିଖରେ କନ୍ଧୱା ଠାରେ ଏହି ଘଟଣା ଘଟିଛି । ପୋଲିସର ସୂଚନା ଅନୁସାରେ ଅଭିଯୋଗକାରୀଙ୍କ ଭଉଣୀ କନ୍ଧୱା ଚେତନ ଗାର୍ଡେନ ନିକଟରେ ରୁହନ୍ତି । ସେ ଯେତେବେଳେ ନିଜ ଭଉଣୀ ଘରକୁ ବୁଲିବାକୁ ଯାଇଥିଲେ, ସେତେବେଳେ ଭଣଜା ନମାଜ ପାଠ କରିବାକୁ ମସଜିଦ ଯାଉନଥିବା ସେ ଜାଣିବାକୁ ପାଇଥିଲେ । ଏହାର କାରଣ ସମ୍ପର୍କରେ ସେ ଭଣଜାକୁ ପଚାରିଥିଲେ । ଏହାପରେ ପୀଡ଼ିତ ନାବାଳିକର ଭଉଣୀ ଜଣକ ଅଭିଯୋଗକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ ।

କନ୍ଧୱା ଓସମାନିଆ ମସଜିଦକୁ ପୀଡ଼ିତ ନାବାଳକ ଓ ତାର କିଛି ସାଙ୍ଗ ନମାଜ ପାଠ କରିବାକୁ ଯାଇଥିଲେ । ନମାଜ ପାଠ ପରେ ଯେତେବେଳେ ମସଜିଦରୁ ସମସ୍ତେ ପଳାଇଥିଲେ, ସେହି ସମୟରେ ଅଭିଯୁକ୍ତ ଜଣକ ତାକୁ ନମାଜ କିପରି ପାଠ କରାଯାଏ ସେ ସମ୍ପର୍କରେ ଶିଖାଇଦେବାକୁ କହି ଏକ ରୁମକୁ ଡାକିଥିଲେ । ଉକ୍ତ ଅଭିଯୁକ୍ତ ଜଣକ ମସଜିଦର ଏକ କୋଠରୀରେ ରହୁଥିଲା । ପ୍ରଥମେ ପୀଡିତ ଓ ତାର ବନ୍ଧୁକୁ ନମାଜ କିପରି ପଠାଯାଏ ସେ ସମ୍ପର୍କରେ ଶିଖାଇଥିଲା । ଏହାପରେ ପୀଡ଼ିତ ନାବାଳକର ସାଙ୍ଗକୁ ଯିବା ଲାଗି କହିଥିଲା । ଏହାପରେ ସେ ୯ ବର୍ଷର ନାବାଳକକୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ପୀଡିତ ନାବାଳକ ଜଣକ ପରିବାରକୁ ଏ ନେଇ ଅବଗତ କରାଇଥିଲେ । ବଦନାମ ଭୟରେ ଏହି ଘଟଣା ସମ୍ପର୍କରେ ମୁହଁ ଖୋଲିନଥିଲେ ପୀଡିତର ପରିବାର । ହେଲେ ଏ ସମ୍ପର୍କରେ ପୀଡିତଙ୍କ ମାମୁଁ ତଥା ଅଭିଯୋଗକାରୀ ଜାଣିବା ପରେ ଥାନାରେ ପହଞ୍ଚିଥିଲେ । କନ୍ଧୱା ପୋଲିସ ଷ୍ଟେସନରେ ସେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଅଭିଯୁକ୍ତ ଜଣକ ଫେରାର ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking