24.1 C
Bhubaneswar
Thursday, May 9, 2024
Homeଅପରାଧସନ୍ଦେହରେ ଲିଭ ଇନ ପାଟର୍ନରକୁ ହତ୍ୟା; ସୁଟକେସ୍‌ରେ ମୃତଦେହ ପୁରାଇ ଫିଙ୍ଗିଥିଲା ଅଭିଯୁକ୍ତ

ସନ୍ଦେହରେ ଲିଭ ଇନ ପାଟର୍ନରକୁ ହତ୍ୟା; ସୁଟକେସ୍‌ରେ ମୃତଦେହ ପୁରାଇ ଫିଙ୍ଗିଥିଲା ଅଭିଯୁକ୍ତ

ମୁମ୍ବାଇ : ମୁମ୍ବାଇରେ ସୁଟକେଶରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା । ୨ ଦିନ ମଧ୍ୟରେ ଘଟଣାର ପର୍ଦ୍ଦାଫାସ କଲା ମୁମ୍ବାଇ ପୋଲିସ । ପ୍ରେମରେ ମତାନ୍ତର ପରେ ହତ୍ୟା କରିବା ଅଭିଯୋଗରେ ଲିଭ ଇନ ପାର୍ଟନର ଅସ୍କାର ମନୋଜ ଗିରଫ । ଅନ୍ୟପଟେ ମୃତ ଯୁବତୀ ଜଣକ ସୁନ୍ଦରଗଡ ଜିଲ୍ଲାର ପ୍ରତିମା ପରୱାଲ କିସପଟ୍ଟା (୨୫) । ସେ ମୁମ୍ବାଇର ଧରାଭି ଅଞ୍ଚଳରେ ଅସ୍କାର ମନୋଜ ବାର୍ଲା(୨୨)ଙ୍କ ସହ ଲିଭ୍ ଇନରେ ରହୁଥିଲେ । ଦୁହିଁଙ୍କ ଘର ଓଡିଶାର ସୁନ୍ଦରଗଡ଼ରେ । ମୂମ୍ବାଇ ପୋଲିସ ସୂଚନା ମୁତାବକ, ଗତ ରବିବାର ଦିନ ମହାରାଷ୍ଟ୍ରର ମଧ୍ୟ ମୁମ୍ବାଇର କୁର୍ଲା ଅଞ୍ଚଳର ଏକ ରାସ୍ତାକଡ଼ରୁ ଏକ ସୁଟକେଶରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏନେଇ ତଦନ୍ତ ଜାରି ରଖିଥିଲା ପୋଲିସ । ତେବେ ମୃତକ ଜଣକ ସୁନ୍ଦରଗଡ ଜିଲ୍ଲାର ୨୫ ବର୍ଷୀୟା ପ୍ରତିମା ପରୱାଲ କିସପଟ୍ଟା । ସେ ମୁମ୍ବାଇର ଧରାଭି ଅଞ୍ଚଳରେ ଅସ୍କାର ମନୋଜଙ୍କ ସହ ଲିଭ୍ ଇନ୍ରେ ରହୁଥିଲେ । ପ୍ରତିମା ପରୱାଲଙ୍କ ଅନ୍ୟ କାହା ସହ ସମ୍ପର୍କ ଥିବା ସନ୍ଦେହରେ ହତ୍ୟାକାଣ୍ଡ ଭିଆଇ ଥିଲେ ।

ମୃତଦେହକୁ ଲୁଚାଇବାକୁ ଯାଇ ଏକ ସୁଟ୍େକଶ୍ରେ ପୁରାଇ କୁର୍ଲା ଅଞ୍ଚଳରେ ଫୋପାଡ଼ି ଦେଇଥିଲା । ତେବେ ଏନେଇ ପ୍ରମାଣ ପାଇବା ପରେ ସୋମବାର ଦିନ ଅସ୍କାର ମନୋଜଙ୍କୁ ଥାନେ ରେଳ ଷ୍ଟେସନରୁ ଗିରଫ କରାଯାଇଛି । ପଚରାଉଚରା ବେଳେ ସତ ଓଗାଳିଛି ଅସ୍କାର ମନୋଜ । ଅଭିଯୁକ୍ତର କହିବାନୁଯାୟୀ, କୋଭିଡ ସମୟରେ ଓଡ଼ିଶାକୁ ଫେରୁଥିବା ବେଳେ ବସ୍ରେ ତାଙ୍କର ପ୍ରତିମାଙ୍କ ସହ ଭେଟ ହୋଇଥିଲା । ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ପରେ ଓଡ଼ିଶାରୁ ମୁମ୍ବାଇ ଫେରିବା ପରେ ଦୁହେଁ ଧରାଭି ଅଞ୍ଚଳରେ ଲିଭ୍ ଇନ୍ ପାର୍ଟନର ଭାବେ ରହୁଥିଲେ । ପ୍ରତିମା ପରୱାଲ ଧରାଭି ଅଞ୍ଚଳରେ ଘରୋଇ ସହାୟିକା ଭାବେ କାମ କରୁଥିବା ବେଳେ ବାର୍ଲା ଏକ ସୁଇଟ ମାର୍ଟରେ କାମ କରୁଥିଲା । ତେବେ ୨ ମାସ ହେଲା ପ୍ରତିମା ଘରେ ରହୁଥିଲା । ତେବେ ପ୍ରତିମା ପରୱାଲଙ୍କ ଅନ୍ୟ କାହା ସହ ସମ୍ପର୍କ ଥିବା ସନ୍ଦେହ କରି ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ଦେଖିବାକୁ ମିଳିଥିଲା । ଶନିବାର ଦିନ ସନ୍ଧ୍ୟାରେ ଏନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା ।

କ୍ରୋଧରେ ପ୍ରତିମାଙ୍କୁ ହତ୍ୟା କରିଥିଲା । ହତ୍ୟା କରିବା ପରେ ଶରୀରକୁ ଲୁଚାଇବାକୁ ଯାଇ ଯୋଜନା କରିଥିଲା ବର୍ଲା । ମୃତଶରୀରକୁ ଏକ ସୁଟ୍େକଶରେ ପୁରାଇ ଅଟୋ ରିକ୍ସାରେ ଧରି ଲୋକମାନ୍ୟ ତିଳକ ଟର୍ମିନାଲ ଆଡକୁ ଫୋପାଡ଼ିବା ପାଇଁ ଯାଇଥିଲା । ହେଲେ ସେଠାରେ ନଫୋପାଡି ମୃତ ଦେହକୁ ଧରି ଟ୍ରେନ୍ ମାଧ୍ୟମରେ ଓଡ଼ିଶା ପଳାଇ ଆସିବା କଥା ଭାବିଥିଲା ବର୍ଲା । ଏହାପରେ ସୁଟ୍େକଶକୁ ଧରି ଫେରୁଥିବା ବେଳେ ମୋଟ୍ରୋ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ଦେଖି ସେଠାରେ ହିଁ ସୁଟରକେଶକୁ ଫୋଫାଡ଼ି ଦେଇଥିଲା । ଓଡିଶା ଫେରିବା ପାଇଁ ଟ୍ରେନ୍ ଟିକେଟ କରିଥିଲା । ତେବେ ପୋଲିସ ପକ୍ଷରୁ ମୃତ ଯୁବତୀଙ୍କ ଫଟୋ ସର୍କୁଲେଟ୍ ହେବା ପରେ ଯୁବତୀଙ୍କ ଭଉଣୀ ଏହା ଦେଖିଥିଲେ । ମୁମ୍ବାଇ ପୋଲିସ ସହ ଏନେଇ କଥା ହୋଇଥିଲେ ତଦନ୍ତରେ ସାହାଯ୍ୟ କରିଥିଲେ । ଅନ୍ୟପଟେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ମଧ୍ୟ ଅଭିଯୁକ୍ତକୁ ଚିହ୍ନଟ କରି ତଦନ୍ତ ଆରମ୍ଭ କରିଥିଲା । ପରେ ଥାନେ ରେଲୱେ ଷ୍ଟେସନରୁ ତାକୁ ଗିରଫ କରାଯାଇଛି । ଅନ୍ୟପଟେ ମୃତକଙ୍କ ପରିବାର ଲୋକେ ମୁମ୍ବାଇ ଯାଇଥିବା ସୂଚନା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking