କୋଚି: କେରଳର ବଳରାମ୍ପୁରମ୍ରେ ଘଟିଛି ଏକ ଅଭାବନୀୟ ଘଟଣା । ଖେଳୁଥିବା ବେଳେ ବେଲୁନ୍ ଗିଳିଦେବାରୁ ଜଣେ ୯ ବର୍ଷ ବୟସ୍କ ବାଳକ ମୃତ୍ୟୁ ଘଟିଛି । ମୃତ ବାଳକର ନାମ ଆଦିତ୍ୟନ ବୋଲି ଜଣାପଡିଛି । କେରଳ ବଳରାମପୁରମ୍ ଆନ୍ଥିୟୁର ନିକଟବର୍ତ୍ତୀକାଲୁମୁଡୁରେ ଏହି ବାଳକର ଘର ।
ବଳରାମପୁର ଅଞ୍ଚଳରେ ୯ ବର୍ଷିୟ ଆଦିତ୍ୟନ୍ ବେଲୁନ୍ ସହ ଖେଳୁଥିଲା । ଏଥିରେ ପବନ ଫୁଙ୍କିବା ସମୟରେ କୌଣସି କାରଣରୁ ଏହାକୁ ଗିଳି ଦେଇଥିଲା । ପିଲାଟି ଶ୍ୱାସ କ୍ରିୟାରେ ଅସୁବିଦା ହେଉଥିବା ତା ମା ପ୍ରଥମେ ଦେଖିଥିଲେ । ବେଲୁନ୍ ଗିଳିଦେଇଥିବା ଜାଣିବା ପରେ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ ।