28.1 C
Bhubaneswar
Thursday, November 26, 2026
Homeଓଡିଶାମିଳିଲାନି ଛୁଟି, କାନ୍ଦିଲେ ମହିଳା କନଷ୍ଟେବଳ

ମିଳିଲାନି ଛୁଟି, କାନ୍ଦିଲେ ମହିଳା କନଷ୍ଟେବଳ

ବାଲେଶ୍ୱର :ପିଲାର ଚିକିତ୍ସା ପାଇଁ ମିଳିଲାନି ଛୁଟି, ଭାଙ୍ଗିପଡ଼ିଲେ ମହିଳା କନଷ୍ଟେବଳ। ମହିଳା କମିଶନ ଅଧ୍ୟକ୍ଷାଙ୍କ ସାମ୍ନାରେ ବଖାଣିଲେ ଦୁଃଖ। ବାଲେଶ୍ୱର ଟ୍ରାଫିକ୍ ଥାନା ସାମ୍ନାରୁ ଆସିଛି ଏଭଳି ଏକ ଘଟଣା। ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ସେ ଅଭିଯୋଗ କରିଛନ୍ତି, ନିଜ ଅସୁସ୍ଥ ଛୁଆକୁ ଡାକ୍ତର ଦେଖାଇବା ପାଇଁ ଛୁଟି ମାଗିଥିଲେ। କିନ୍ତୁ ବିଭାଗୀୟ ଅଧିକାରୀ ତାଙ୍କୁ ଛୁଟି ଦେବାକୁ ମନା କରିଦେଇଥିଲେ। ଏହାପରେ ଥାନା ସାମ୍ନାରେ ହିଁ ଧୈର୍ଯ୍ୟ ହରାଇ କାନ୍ଦି ପକାଇଥିଲେ ମହିଳା କନେଷ୍ଟବଳ। ଥାନା ସାମ୍ନାରେ ଭୋ ଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଛି। ଏଥିସହ କିଛି ପ୍ରଶ୍ନ କରିବା ସହ ଉପରିସ୍ଥ ଅଧିକାରୀଙ୍କ କାର୍ଯ୍ୟଧାରାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସଂପୃକ୍ତ ମହିଳା କନଷ୍ଟେବଳ। ସେତେବେଳେ ସେଠାରେ ପହଞ୍ଚିଥିଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି। କାନ୍ଦୁଥିବା କନେଷ୍ଟବଳଙ୍କୁ ବୁଝାସୁଝା କରିବା ସହ ପୂରା ଘଟଣା କ’ଣ ଏବଂ ତାଙ୍କର ଅଭିଯୋଗ କ’ଣ ରହିଛି, ସେନେଇ ପଚାରି ବୁଝିଛନ୍ତି ମହିଳା କମିଶନ ଅଧ୍ୟକ୍ଷା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking