ଭୁବନେଶ୍ୱର: ଆଜି ସମ୍ବିଧାନ ଦିବସ । ନଭେମ୍ବର ୨୬ ହେଉଛି ଭାରତ ପାଇଁ ଏକ ସ୍ୱତନ୍ତ୍ର ଦିନ । କାରଣ ଏହି ଦିନ ପ୍ରତିବର୍ଷ ସମ୍ବିଧାନ ଦିବସ ଭାବେ ପାଳନ କରାଯାଏ । ୨୬ ନଭେମ୍ବର ୧୯୪୯ ରେ ସ୍ୱାଧୀନ ଭାରତ ଦେଶର ସମ୍ବିଧାନ ସଭା ବର୍ତ୍ତମାନ ସମ୍ବିଧାନକୁ ବିଧିବଦ୍ଧ ଭାବେ ଆପଣାଇଥିଲେ । ଏହାର ୨ ମାସ ପରେ ୨୬ ଜାନୁଆରୀ ୧୯୫୦ ରେ ଦେଶବ୍ୟାପୀ ସମ୍ବିଧାନକୁ କାର୍ଯ୍ୟକାରୀ ହୋଇଥିଲ।। ଭାରତୀୟ ସମ୍ବିଧାନରେ ଦିଆଯାଇଥିବା ମୌଳିକ କର୍ତ୍ତବ୍ୟ ଯାହା ଆମକୁ ଆମ ଦାୟିତ୍ୱକୁ ମନେ ପକାଇଥାଏ । ଏହି ଅବସରରେ ଆଜି ଓଡିଶା ବିଧାନସଭା ପରିସରରେ ବାଚସ୍ପତି ସୁରମା ପାଢୀ ସମ୍ବିଧାନର ଶପଥ ପାଠ କରାଉଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଅନ୍ୟ ମନ୍ତ୍ରୀ ଏବଂ ବିଧାୟକ ଗଣ ଉପସ୍ଥିତ ଅଛନ୍ତି ।










