ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନାରେ ଏସ୍ଆଇ ଭାବେ କାର୍ଯ୍ୟରତ ପ୍ରଭାସିନୀ ସାହୁଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଛନ୍ତି ମୃତାଙ୍କ ବାପା ଭୀମସେନ ସାହୁ। ସେ କହିଛନ୍ତି, ତାଙ୍କ ଝିଅ (ଏସ୍ଆଇ ପ୍ରଭାସିନୀ ସାହୁ) ଚାକିରିରୁ ଇସ୍ତଫା ଦେବାକୁ ଚାହୁଁଥିଲେ। କିନ୍ତୁ ଝିଅର ଶାଶୂ, ଶ୍ବଶୁର, ସ୍ବାମୀ ସମସ୍ତେ ଚାକିରି ନ ଛାଡ଼ିବା ଲାଗି ସବୁ ବେଳେ ଚାପ ପକାଉଥିଲେ। ଚାକିରି କଲେ ଘରକୁ ପଇସା ଆସିବ ବୋଲି କହୁଥିଲେ ସେମାନେ ବୋଲି ଆଜି ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରଭାସିନୀ ସାହୁଙ୍କ ବାପା। ଝିଅକୁ ଶାରୀରିକ ଓ ମାନସିକ ଚାପ ଦେଉଥିବା ନେଇ ଶାଶୂଘର ଲୋକଙ୍କ ବିରୁଦ୍ଧରେ ଥାନାରେଅଭିଯୋଗ କରିଛନ୍ତି। ଏଣୁ ସେହି ଦିଗରେ ତଦନ୍ତ ହେବା ଦରକାର ଓ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।










