23.1 C
Bhubaneswar
Friday, November 20, 2026
Homeଓଡିଶାବାତ୍ୟା 'ଅକଭାନ୍; ୩ ଲକ୍ଷ ୭୨ ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ: ଅନୁ ଗର୍ଗ

ବାତ୍ୟା ‘ଅକଭାନ୍; ୩ ଲକ୍ଷ ୭୨ ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ: ଅନୁ ଗର୍ଗ

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକଭାନ୍’ର  ବର୍ତ୍ତମାନ ଲ୍ୟାଣ୍ତ ଫଲ ପ୍ରକ୍ରିୟା ଜାରି ରହିଛି । ଏହି ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାର ସ୍ଥିତି କଣ ରହିଛି, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସୂଚନା ଦେଇଥିଲେ ।
ଆଜି ସକାଳେ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର( ଏସଇଓସି) କାର୍ଯ୍ୟାଳରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସ୍ଥିତି   ସମୀକ୍ଷା କରି ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସମୁଦ୍ର ଓ ସ୍ଥଳଭାଗରେ ପବନରେ ବେଗ ସ୍ଥିତି ସମ୍ପର୍କରେ ଆଇଏମଡିର ସୂଚନା ଅନୁସାରେ ସମୁଦ୍ର ଭିତରେ ପବନର ବେଗ ୭୦ରୁ ୮୦  କିମି ପ୍ରତି ଘଣ୍ଟା ଓ ବେଳେ ବେଳେ ଝଟକା ପବନ ୯୦  କିମି ପ୍ରତି ଘଣ୍ଚା ପବନର ବେଗ ରହିଛି । ସ୍ଥଳଭାଗ ଛୁଇଁବା କ୍ଷଣି ଏହାର ବେଗ କମି କମି ଯିବ ।

ଆଜି ସକାଳ ୮.୩୦  ସୁଦ୍ଧା ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ରେକର୍ଡ କରାଯାଇଛି । ଅଧିକ ବର୍ଷା ହୋଇଥିବା ଜିଲ୍ଲା ମଧ୍ୟରେ ଗଂଜାମ ଜିଲ୍ଲାରେ ୧୧୪ .୬  ମି.ମି., କେନ୍ଦ୍ରାପଡାରେ ୬୪.୬  ମିମି. ପୁରୀରେ ୬୧ .୧ ଜଗତସିଂହପୁରରେ ୫୧ .୩ , ଭଦ୍ରକରେ ୫୦.୯, ମୟୁରଭଂଜରେ ୪୩ .୯,  ବାଲେଶ୍ୱରରେ ୪୩.୭ , କଟକରେ ୪୦.୪, ଯାଜପୁରରେ ୩୭.୫ , ନୟାଗଡରେ ୩୩ .୮,  କନ୍ଧମାଳରେ ୩୩ .୫, ଢେଙ୍କାନାଳରେ ୩୨.୪, କେନ୍ଦୁଝରରେ ୨୯ .୮, ଖୋର୍ଦ୍ଧାରେ ୨୪ .୫, ବଲାଙ୍ଗୀରରେ  ୨୪.୪ ଗଜପତିରେ ୨୧.୯  ମି.ମି ବର୍ଷା ହୋଇଛି । ସମସ୍ତ ଜିଲ୍ଲାରେ ବର୍ଷା ହୋଇଛି ।

ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ରାତି ସାରା କଣ୍ଚ୍ରୋଲ ରୁମରେ ଉପସ୍ଥିତର ରହି ସ୍ଥିତି  ବାତ୍ୟା ପରିଚାଳନା କାର୍ଯ୍ୟ ତଦାରଖ କରିଥିଲେ । ଯେଉଁ ବରିଷ୍ଠ ଅଧିକାରୀମାନେ ରାଜ୍ୟ ସ୍ତରରୁ ବିଭିନ୍ନ ଜିଲ୍ଲାକୁ ଯାଇଥିଲେ, ସେମାନଙ୍କ ସହିତ ରାତି ସାରା ସ୍ଥିତି ଅନୁଧ୍ୟାନ କରାଯାଇ ଆବଶ୍ୟକ ବ୍ୟବସ୍ଥା      କରାଯାଇଛି । ସ୍ଥିତି ନିୟନ୍ତ୍ରଣାଧିନ ରହିଛି ଏବଂ କୌଣସି ଜିଲ୍ଲାରେ ସେଭଳି କିଛି ଅସୁବିଧା ପରିଲକ୍ଷିତ ହୋଇନାହିଁ । ବ୍ରହ୍ମପୁର ଓ ଦିଗପହଣ୍ଡି ଭଳି ସହାରାଂଚଳ ରାସ୍ତା ଉପରେ  ଅଧିକ ବର୍ଷା ଜନିତ ଜଳ ଯୋଗୁଁ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଟିମ୍ ମୋଟର ବ୍ୟବସ୍ଥା ସହିତ ନିୟୋଜିତ ରହି କାର୍ଯ୍ୟ କରୁଛନ୍ତି  ।
• ଅଦ୍ୟାବଧି ବିଭିନ୍ନ ଜିଲ୍ଲାରେ ମୋଟ ୩  ଲକ୍ଷ ୭୨  ହଜାର ଲୋକଙ୍କୁ ବାତ୍ୟା-ବନ୍ୟା ତଥା ସୁରକ୍ଷିତ ଆଶ୍ରୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।  ପ୍ରାୟ ୧୦ ହଜାର ୦୧୦ ଜଣଙ୍କୁ  ଆଶ୍ରୟ ସ୍ଥଳରେ  ରଖାଯାଇଛି ।
• ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୧,୫୪,୨୯୦ ଜଣ, କେନ୍ଦ୍ରାପଡ଼ାରୁ ୫୧,୯୫୬ ଜଣ, ପୁରୀରୁ ୪୦,୨୯୫ ଜଣ, ଗଜପତିରୁ ୨୮,୬୯୩ ଜଣ ଏବଂ ଖୋର୍ଦ୍ଧାରୁ ୨୩,୦୬୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ।
• ଚିହ୍ନଟ ହୋଇଥିବା ୧୨,୨୯୪ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୪,୪୭୦   ଜଣଙ୍କୁ ଡାକ୍ତରଖାନା ଓ ମା’ ଗୃହକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅଦ୍ୟାବଧି ୧,୪୫0 ଜଣ ଶିଶୁ ଜନ୍ମଗ୍ରହଣ କରିଛନ୍ତି। ସମସ୍ତ ମା’ ଓ ଶିଶୁ ସୁରକ୍ଷିତ ଅଛନ୍ତି ।
ସୂଚନା ଯୋଗ୍ୟ ଯେ, ଏହା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆଜି  ପୂର୍ବାହ୍ଣ ୧୧.୪୫ ମିନିଟ  ସମୟରେ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରରେ ପହଁଚି ବାତ୍ୟାର ଗତିପଥ ଓ  ସ୍ଥିତି ଅନୁଧ୍ୟାନ କରିଛନ୍ତି ।  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ , ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking