28.1 C
Bhubaneswar
Friday, November 13, 2026
Homeଦେଶ ବିଦେଶ୭୪ ଦେଶରେ ମାଇକ୍ରୋସଫ୍ଟ ସେବାରେ ବିଭ୍ରାଟ

୭୪ ଦେଶରେ ମାଇକ୍ରୋସଫ୍ଟ ସେବାରେ ବିଭ୍ରାଟ

ନୂଆଦିଲ୍ଲୀ: ବିଶ୍ୱର ୭୪ଟି ଦେଶରେ ମାଇକ୍ରୋସଫ୍ଟର ବିଭିନ୍ନ ଡିଜିଟାଲ୍‌ ସେବାରେ ଦେଖାଦେଇଥିବା ବିଭ୍ରାଟ ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିଛି। ଏହାଦ୍ୱାରା ହଜାର ହଜାର ବ୍ୟବହାରକାରୀ ଅସୁବିଧାରେ ସାମନା କରୁଛନ୍ତି। ମାଇକ୍ରୋସଫ୍ଟ ୩୬୫, ଆଉଟଲୁକ୍‌, ଟିମ୍‌ସ ଓ କୋପାଇଲଟ୍‌ ଭଳି ସେବା ବ୍ୟବହାର କରିବାରେ ସମସ୍ୟା ହେଉଛି। ଗୁରୁବାର ନଭେମ୍ବର ୧୨ରୁ ଏହି ସମସ୍ୟା ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ସୁଦ୍ଧା ଏହାର ସମ୍ପୂର୍ଣ୍ଣ ସମାଧାନ ହୋଇପାରିନାହିଁ।ଏହି ବିଭ୍ରାଟ ଯୋଗୁଁ ଅନେକ ଉପଭୋକ୍ତା ନିଜ ଇ-ମେଲ୍‌ ଖୋଲିବା, ଇ-ମେଲ୍‌ ପଠାଇବା ଓ ଗ୍ରହଣ କରିବାରେ ସମସ୍ୟା କରୁଛନ୍ତି। ୱାର୍ଡ, ଏକ୍ସେଲ୍‌, ପାୱାରପଏଣ୍ଟ, ସେୟାରପଏଣ୍ଟ ଓ ୱାନ୍‌ଡ୍ରାଇଭ୍‌ ଭଳି ସେବା ମଧ୍ୟ ପ୍ରଭାବିତ ହୋଇଛି। ଟିମ୍‌ସରେ ଅନଲାଇନ୍‌ ବୈଠକ ଓ ମେସେଜ୍‌ ପଠାଇବା ଭଳି ମୁଖ୍ୟ ସୁବିଧା ଅଧିକାଂଶ କ୍ଷେତ୍ରରେ କାମ କରୁଥିଲେ ମଧ୍ୟ ବୈଠକର ସମୟ ନିର୍ଦ୍ଧାରଣ ଓ କ୍ୟାଲେଣ୍ଡର ବ୍ୟବହାରରେ ସମସ୍ୟା ହେଉଛି। ଓପନ୍‌ଏଆଇ ଓ ଆନ୍ଥ୍ରୋପିକ୍‌ର ଏଆଇ ସେବା ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛି। ଚାଟ୍‌ଜିପିଟି ଓ କ୍ଲଡ୍‌ ଭଳି ଏଆଇ ଟୁଲ୍‌ର କେତେକ ସୁବିଧା ଠିକ୍‌ ଭାବେ କାମ କରୁନାହିଁ। ଭାରତରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଇଣ୍ଡିଗୋ ବିମାନ କମ୍ପାନିର ଇମେଲ୍‌ ଗ୍ରାହକ ସେବା ମଧ୍ୟ ପ୍ରଭାବିତ ହୋଇଥିବା ଜଣାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking