29.1 C
Bhubaneswar
Thursday, November 12, 2026
Homeଦେଶ ବିଦେଶନେତାନ୍ୟାହୁଙ୍କୁ ଆଇଜେନକୋଟଙ୍କ ଚେତାବନୀ

ନେତାନ୍ୟାହୁଙ୍କୁ ଆଇଜେନକୋଟଙ୍କ ଚେତାବନୀ

ନୂଆଦିଲ୍ଲୀ: ନୂତନ ସରକାର ଗଠନ ପୂର୍ବରୁ ଇସ୍ରାଏଲରେ ରାଜନୀତି ସରଗରମ ହେବାରେ ଲାଗିଛି । ୟାଶାର ଦଳର ନେତା ଏମକେ ଗାଦି ଆଇଜେନକୋଟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଏକ ଚିଠି ଲେଖି ନୂତନ ସରକାର ଗଠନ ନହେବା ପର୍ଯ୍ୟନ୍ତ ଇରାନ ଉପରେ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନକରିବାକୁ ଚେତାବନୀ ଦେଇଛନ୍ତି। ଅଯଥା ସାମରିକ କାର୍ଯ୍ୟାନୁଷ୍ଠାନ ଏଡାଇବାକୁ କାମଚଳା ସରକାରଙ୍କୁ ଅନୁରୋଧ କରିଛନ୍ତି ।ନୂତନ ସରକାର ଗଠନ ନହେବା ପର୍ଯ୍ୟନ୍ତ ସୁରକ୍ଷା ଏବଂ ଜାତୀୟ ପ୍ରସଙ୍ଗରେ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ସେ ନେତାନ୍ୟାହୁଙ୍କୁ ଅନୁରୋଧ କରିଛନ୍ତି । ନେତାନ୍ୟାହୁ ଇରାନ ଉପରେ ଆଉ ଏକ ଆକ୍ରମଣ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚାପ ପକାଉଥିବା ନେଇ ଅନେକ ରିପୋର୍ଟ ଦାବି କରୁଥିବା ବେଳେ ଆଇଜେନକୋଟ ଏଭଳି ଆବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କଠାରୁ ନିୟମିତ ସୁରକ୍ଷା ସୂଚନା ପାଇବା ନିଶ୍ଚିତ କରିବା ପାଇଁ ନେତାନ୍ୟାହୁଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ଇସ୍ରାଏଲୀ ଆଟର୍ଣ୍ଣି ଜେନେରାଲ ଗାଲି ବାହାରାଭ-ମିଆରାକୁ ମଧ୍ୟ ସେ ନିବେଦନ କରିଛନ୍ତି । ତେବେ ନେତାନ୍ୟାହୁଙ୍କ ସୁରକ୍ଷା କ୍ୟାବିନେଟ ବୁଧବାର ଦିନ ଇରାନ ଉପରେ ସମ୍ଭାବ୍ୟ ନୂତନ ଆକ୍ରମଣ ପାଇଁ ପ୍ରସ୍ତୁତ ହେବାକୁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking