ବାଲେଶ୍ୱର: ବେପରୁଆ ଗାଡ଼ି ଚାଳନା ଯୋଗୁଁ ଘଟିଲା ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼ ବିଲକୁ ଖସିପଡ଼ିଲା ଏକ କାର୍। ତେବେ ସୌଭାଗ୍ୟବଶତଃ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଗାଡ଼ି ଚାଳକ । ଏଭଳି ଏକ ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ଅନ୍ତର୍ଗତ ତେନ୍ତୁଳିଆ ଗାଁର ବାଉରିଓରା ଛକ ନିକଟରେ।ସୂଚନା ଅନୁସାରେ, ଗାଡ଼ି ଚାଳକ ଜଣକ ବାଲେଶ୍ୱର ଅଞ୍ଚଳର ହୋଇଥିବା ବେଳେ ମୟୂରଭଞ୍ଜ ଅଭିମୁଖେ ଯାଉଥିଲେ। ତେବେ ରାସ୍ତାରେ ହଠାତ୍ କାର୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼ ବିଲ ଭିତରକୁ ଖସିପଡ଼ିଥିଲା । ଚାଳକ ଜଣକ ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବାରୁ ଏବଂ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚାଳକଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ବରହମପୁର ମେଡିକାଲକୁ ପଠାଯାଇଛି।










