28.1 C
Bhubaneswar
Monday, November 9, 2026
Homeଓଡିଶାଜଳିପୋଡ଼ି ପାଉଁଶ ହେଲା କପଡ଼ା ଦୋକାନ

ଜଳିପୋଡ଼ି ପାଉଁଶ ହେଲା କପଡ଼ା ଦୋକାନ

ରାଉରକେଲା: ରାଉରକେଲାର ବ୍ୟସ୍ତତମ ମେନ୍ ରୋଡ୍‌ସ୍ଥିତ ମଙ୍ଗଳ ଭବନରେ ରବିବାର ରାତି ପ୍ରାୟ ୧୦ଟା ସମୟରେ ଏକ କପଡ଼ା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁର ପ୍ରକୋପରେ ଦୋକାନଟି ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଭୀମ ନାମକ ଜଣେ ବ୍ୟବସାୟୀଙ୍କ ଏହି କପଡ଼ା ଦୋକାନରେ ହଠାତ୍ ନିଆଁ ଲାଗିଥିଲା। ଦେଖୁଦେଖୁ ନିଆଁ ଦୋକାନ ସାରା ବ୍ୟାପିଯାଇଥିଲା। ଫଳରେ ଦୋକାନରେ ଥିବା ବିପୁଳ ପରିମାଣର କପଡ଼ା ସମେତ ଅନ୍ୟାନ୍ୟ ସାମଗ୍ରୀ ଜଳି ନଷ୍ଟ ହୋଇଯାଇଥିଲା।ଅଗ୍ନିକାଣ୍ଡ ଯୋଗୁଁ ମଙ୍ଗଳ ଭବନ ମାର୍କେଟ ଅଞ୍ଚଳରେ ଭୟ ଓ ଆତଙ୍କ ଖେଳିଯାଇଥିଲା। ବ୍ୟବସାୟୀ ଓ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଖବର ପାଇ ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ନିୟୋଜିତ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking