26.1 C
Bhubaneswar
Wednesday, November 4, 2026
Homeଓଡିଶାବେସରକାରୀ ଅନୁଦାନପ୍ରାପ୍ତ ଅଧ୍ୟକ୍ଷମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି

ବେସରକାରୀ ଅନୁଦାନପ୍ରାପ୍ତ ଅଧ୍ୟକ୍ଷମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ପାଇଁ ଖୁସି ଖବର । ସେମାନେ ଏଣିକି ସ୍ଥାନ ଓ ପୋଷ୍ଟିଂ ଅନୁଯାୟୀ ପାଇବେ ମାସିକ ପ୍ରୋତ୍ସାହନ ରାଶି । ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି ।

ଏହାଦ୍ୱାରା ଏହି ବର୍ଗର ବିଭିନ୍ନ କଲେଜର ଅଧ୍ୟାପକମାନେ ଦୂର ଦୂରାନ୍ତରରେ ଥିବା କଲେଜ ଗୁଡ଼ିକରେ ଅଧ୍ୟକ୍ଷ ଦାୟିତ୍ୱ ନେବା ପାଇଁ ଆଗ୍ରହ ପ୍ରକାଶ କରିବେ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ଶିକ୍ଷାଦାନ ପ୍ରକ୍ରିୟା ସୂଚାରୁ ରୂପେ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

ଏହି ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ୪୮୮ ଓ ୬୬୨ ବର୍ଗର ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷମାନେ ପାଇବେ ମାସିକ ପ୍ରୋତ୍ସାହନ ରାଶି । ଏହାଦ୍ୱାରା ଏହି ବର୍ଗର ପ୍ରାୟ ୬୪୧ଟି ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷମାନେ ଉପକୃତ ହେବେ ।

ନିଷ୍ପତ୍ତି ଅନୁଯାୟୀ ଯେଉଁ ଅଧ୍ୟକ୍ଷମାନେ ନିଜ ଜିଲ୍ଲାରେ କିମ୍ୱା ଉନ୍ନତ ସହରାଞ୍ଚଳରେ ପୋଷ୍ଟିଂ ପାଇଥିବେ, ସେମାନଙ୍କୁ ମାସକୁ ୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ । ନିଜ ଜିଲ୍ଲାର ବାହାରେ ପୋଷ୍ଟିଂ ଥିଲେ ମାସକୁ ମିଳିବ ୭ ହଜାର ଟଙ୍କା । ନିଜ ଜିଲ୍ଲା କିମ୍ୱା ଘର ଠାରୁ ୩୦୦ କିଲୋମିଟର ଦୂରରେ ପୋଷ୍ଟିଂ ଥିଲେ ୯ ହଜାର ଟଙ୍କା ମିଳିବ । ଯଦି ଭୌଗୋଳିକ ଭାବେ ଦୂର ଓ ଦୁର୍ଗମ ଅଞ୍ଚଳରେ ପୋଷ୍ଟିଂ ହୋଇଥିବ, ତେବେ ଏଥିପାଇଁ ସମ୍ପୃକ୍ତ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ମାସକୁ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ । ଏହି ନିଷ୍ପତ୍ତି ଏକ କମିଟି ଦ୍ୱାରା ନିର୍ଦ୍ଧାରଣ କରାଯିବ ।

ଏହାଦ୍ୱାରା ରାଜ୍ୟ ସରକାର ବର୍ଷକୁ ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ କରିବେ । ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବା ପର ଠାରୁ ଏହା ଲାଗୁ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking