26.1 C
Bhubaneswar
Wednesday, November 4, 2026
Homeଓଡିଶାହଟିଲେ ଆସ୍କା ମ୍ୟୁନିସିପାଲିଟି ଇଓ

ହଟିଲେ ଆସ୍କା ମ୍ୟୁନିସିପାଲିଟି ଇଓ

ଆସ୍କା: ଆସ୍କା ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ରାଜେଶ କୁମାର ମହାପାତ୍ରଙ୍କ ବଦଳି ହୋଇଛି । ତାଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଫେରାଇ ନିଆଯାଇଛି । ଏନେଇ ବିଭାଗ ପକ୍ଷରୁ ଆଜି ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଛି । ଏଥିସହ ତାଙ୍କୁ ତୁରନ୍ତ ଆସ୍କା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ, ଆସ୍କା ମ୍ୟୁନିସିପାଲିଟିରେ ଇଓ ପଦବୀ ଖାଲି ନରହିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି । ଗଞ୍ଜାମ ଜିଲ୍ଲାର ଅନ୍ୟ ଜଣେ ଅଧିକାରୀଙ୍କୁ ଇଓ ପଦବୀର ଅତିରିକ୍ତ ଦାୟିତ୍ୱ ଦେବାକୁ ଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଜାରି ହେବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ବଳବତ୍ତର ରହିବ । ତେବେ ରାଜେଶ ମହାପାତ୍ରଙ୍କ ବଦଳି ପରେ ଆସ୍କା ମ୍ୟୁନିସିପାଲିଟିର ନୂଆ ଇଓ ଦାୟିତ୍ୱ କାହାକୁ ମିଳିବ, ତାହା ଜିଲ୍ଲାପାଳଙ୍କ ପରବର୍ତ୍ତୀ ନିଷ୍ପତ୍ତି ପରେ ସ୍ପଷ୍ଟ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking