26.1 C
Bhubaneswar
Saturday, October 31, 2026
Homeଓଡିଶାଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ; ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ

ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ; ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ

ଭୁବନେଶ୍ୱର: ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ଗଚ୍ଛିତ କରାଯାଇଥିବା ଅଭିଯୋଗକୁ ଭିତ୍ତିକରି ଖୋର୍ଦ୍ଧା ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ କଳିଙ୍ଗ ନଗର ଅନ୍ତର୍ଗତ ବସନ୍ତ ସାହୁ ଛକଠାରେ ଏକ ପରିତ୍ୟକ୍ତ ଆଜ୍‌ବେଷ୍ଟସ୍‌ ଘରେ ଆଜି ଅଚାନକ ଚଢ଼ାଉ କରି ସେଠାରୁ ବେଆଇନ୍‌ ଭାବେ ଗଚ୍ଛିତ ବିଭିନ୍ନ ତୈଳ କମ୍ପାନୀ (ଏଚ୍‌ପିସିଏଲ୍‌, ଆଇଓସିଏଲ୍‌, ବିପିସିଏଲ୍‌)ର ୨୨୯ ଗୋଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ କରିଛନ୍ତି । ତନ୍ମଧ୍ୟରୁ ୯୦ ଗୋଟି ଇଣ୍ଡେନ୍‌, ୩୮ଟି ଭାରତ ଗ୍ୟାସ୍‌ ଏବଂ ୧୦୧ଟି ହିନ୍ଦୁସ୍ଥାନ କମ୍ପାନୀର ସିଲିଣ୍ଡର ଥିବା ଜଣାଯାଇଛି । ଏଥିସହ ଉକ୍ତ ଘରୁ ଦୁଇଗୋଟି ଗ୍ୟାସ୍‌ ଭର୍ତ୍ତି ନିମନ୍ତେ ବ୍ୟବହୃତ ମୋଟର, ପ୍ରେସର ପାଇପ୍‌, ସିଲିଣ୍ଡର କ୍ୟାପ୍‌ ଏବଂ ବିଭିନ୍ନ ତୈଳ କମ୍ପାନୀର ପ୍ଲାଷ୍ଟିକ୍‌ ସିଲ୍‌ ମଧ୍ୟ ଜବତ ହୋଇଛି । ସୂଚନାଯୋଗ୍ୟ ଦୀର୍ଘଦିନ ଧରି ଏହି ଅଞ୍ଚଳରେ ଖାଉଟି ଗ୍ୟାସ୍‌ ସିଲିଣ୍ଡର ପାଇବାରେ ଅସୁବିଧା ହେଉଥିବାର ଅଭିଯୋଗ ହେଉଥିଲା । ଖୋରଧା ଜିଲ୍ଲାପାଳଙ୍କ ପରାମର୍ଶକ୍ରମେ ଏହି ଚଢ଼ାଉ କରାଯାଇଛି ।

ଜବତ ହୋଇଥିବା ସିଲିଣ୍ଡର ନିକଟସ୍ଥ ଆଇଓସିଏଲ୍‌ ଡିଷ୍ଟ୍ରିବୁଟର ସୌମ୍ୟ ଇନ୍‌ଡେନ୍‌, ବିପିସିଏଲ୍‌ ଡିଷ୍ଟ୍ରିବୁଟର ପ୍ରମୋଦ ଭାରତ ଗ୍ୟାସ୍‌ ଓ ଏଚ୍‌ପିସିଏଲ୍‌ ଡିଷ୍ଟ୍ରିବୁଟର ଲିଙ୍ଗରାଜ ଗ୍ୟାସ୍‌ ଏଜେନ୍ସିଙ୍କର ଜିମା ଦିଆଯାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହା କୌଣସି ଏକ ଅସାଧୁ ବେପାରୀ ବିଭିନ୍ନ ଡିଷ୍ଟ୍ରିବୁଟର ଓ ଖାଉଟିଙ୍କ ନିକଟରୁ ସିଲିଣ୍ଡର ସଂଗ୍ରହ କରି ବଜାରରେ ଚଢ଼ାଦରରେ ବିକ୍ରି କରିବା ପାଇଁ ମସୁଧା କରାଯାଉଛି । ଏଥିରେ ବିଭିନ୍ନ ଗ୍ୟାସ୍‌ ଡିଷ୍ଟ୍ରିବୁଟରଙ୍କର ସଂପୃକ୍ତି ଥିବାର ତଦନ୍ତ କରାଯାଉଥିବା ନେଇ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଜ୍ଞାନେନ୍ଦ୍ର ମିଶ୍ର କହିଛନ୍ତି । ଏହି ଚଢ଼ାଉ ଖୋର୍ଦ୍ଧା ଜିଲ୍ଲା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କର ନିର୍ଦ୍ଦେଶରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିଲା । ଏହି ଚଢ଼ାଉ ସମୟରେ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ରୋହିତ ଦାଶ, ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ହିମାଂଶୁ ସାହୁ (ଜିଲ୍ଲା କାର୍ଯ୍ୟାଳୟ), ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ଦତ୍ତ (ଭୁବନେଶ୍ୱର ମହାନଗର ନିଗମ), ସହକାରୀ ଯୋଗାଣ ଅଧିକାରୀ (ଖୋର୍ଦ୍ଧା ପୌରପାଳିକା), ଶ୍ରୀ ହିରଣ୍ୟ କୁମାର ଦାଶ (ଯୋଗାଣ ନିରୀକ୍ଷକ, ଖୋର୍ଦ୍ଧା) ଓ ଶ୍ରୀ ଅଶୋକ କୁମାର ସାହୁ, ଯୋଗାଣ ନିରୀକ୍ଷକ (ଭୁବନେଶ୍ୱର ମହାନଗର ନିଗମ) ତଥା କମିଶନରେଟ୍‌ ପୋଲିସ୍‌ର ଅଧିକାରୀଙ୍କୁ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking