ରାଉରକେଲା : ନୟାବଜାର ଓଏସଏପି ରାସ୍ତାରେ ଖୋଲା ମେଲା ଅବସ୍ଥାରେ ପଡ଼ି ରହିଛି ଡ୍ରେନ୍। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପ୍ରାୟ ଦୁଇ ବର୍ଷ ପୂର୍ବେ ଏହି ଡ୍ରେନ୍ର କାମ ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟର ମାନ ଭଲ ନଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଡ୍ରେନ୍ଟି ଖୋଲା ରହିଥିବାରୁ ଯାତାୟାତ ସମୟରେ ଲୋକେ ବିପଦର ସମ୍ମୁଖୀନ ହେଉଛନ୍ତି। କିଛି ଦିନ ତଳେ ଏକ ଗାଈ ଏହି ଡ୍ରେନ୍ରେ ପଡ଼ିଯାଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା। ଏହା ସତ୍ତ୍ୱେ ଡ୍ରେନ୍ର ସ୍ଥାୟୀ ସମାଧାନ ଦିଗରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି।କୌଣସି ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ପ୍ରଶାସନ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଡ୍ରେନ୍ର ଉପଯୁକ୍ତ ମରାମତି ସହ ଢାଙ୍କୁଣି ଲଗାଇବା ଏବଂ ନିମ୍ନମାନର କାମର ଯାଞ୍ଚ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।










