ନୂଆଦିଲ୍ଲୀ: ଖୁସି ଖବର । କମୁଛି ସୁନା ଦର ଆଉ ରୁପା ଦର , ଏବେ ଲଗାତାର ହ୍ରାସ ପାଉଛି । ଯାହା ଏବେ ସମସ୍ତଙ୍କ ପାଇଁ ଖୁସି ଆଣିଛି କାରଣ ବର୍ଧିତ ମୁଲ୍ୟ ଲଗାତାର ଗ୍ରାହକ ହେଉ କିମ୍ବା ବ୍ୟାବସାୟୀ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା । ବର୍ତ୍ତମାନ ସାମାନ୍ୟ ଆଶ୍ବସ୍ତ ଆଣିଛି । ଗତକିଛି ଦିନ ହେବ ଲଗାତର ଭାବେ ସୁନା ଦର ହ୍ରାସ ପାଉଛି । ବିଶ୍ୱ ବିଲିଅନ୍ ବଜାରରେ ସୁନା ନିରନ୍ତର ହ୍ରାସ ପାଇ ଚାଲିଛି । ତେବେ ଏହାରି ଭିତରେ ସୁନା ଓ ରୂପା କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର । ଗତ କାରବାର ଦିନରେ ଦୁଇ ଧାତୁର ଦର ବଢ଼ିଥିଲେ ମଧ୍ୟ, ୩ ନଭେମ୍ବରରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା MCXରେ ସୁନା ଓ ରୂପା ଦରରେ ତୀବ୍ର ପତନ ଦେଖିବାକୁ ମିଳିଛି । ବଜାର ଖୋଲିବା ସହିତ ରୂପା ଦର ପ୍ରତି କିଲୋଗ୍ରାମରେ ୪,୪୨୯ ଟଙ୍କା କମିଥିବାବେଳେ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପିଛା ୧,୩୮୬ ଟଙ୍କା ହ୍ରାସ ପାଇଛି ।
ରୂପା ବଜାରକୁ ଦେଖିଲେ, ୪ ଡିସେମ୍ବର ଏକ୍ସପାୟରି ଥିବା ରୂପା ଫ୍ୟୁଚର୍ସ ଗତ କାରବାର ଦିନରେ ପ୍ରାୟ ୪,୬୦୦ ଟଙ୍କା ଉଠି ୧.୮୩ ଲକ୍ଷ ଟଙ୍କା ପ୍ରତି କିଲୋଗ୍ରାମ ଉପରେ ପହଞ୍ଚିଥିଲା । ମଙ୍ଗଳବାର ବଜାର ଖୋଲିବା ସହିତ ରୂପା ପୁଣି ୧.୮୦ ଲକ୍ଷ ଟଙ୍କା ତଳକୁ ଖସିଗଲା । ଆରମ୍ଭିକ କାରବାରରେ ରୂପା ୧,୭୯,୩୫୦ ଟଙ୍କା ପ୍ରତି କିଲୋଗ୍ରାମରେ ବ୍ୟବସାୟ କରୁଥିଲା ।










