31.1 C
Bhubaneswar
Tuesday, November 3, 2026
Homeଦେଶ ବିଦେଶହେଲିପ୍ୟାଡ୍‌ରେ ପିଟିହେଲେ ୨ ହେଲିକପ୍ଟର: ଜଣେ ମୃତ, ୨ ଆହତ

ହେଲିପ୍ୟାଡ୍‌ରେ ପିଟିହେଲେ ୨ ହେଲିକପ୍ଟର: ଜଣେ ମୃତ, ୨ ଆହତ

ନେପାଳ:  ନେପାଳରେ ପୁଣି ହେଲିକପ୍ଟର ଦୁର୍ଘଟଣା । ଏଭରେଷ୍ଟ ଅଞ୍ଚଳରେ ଅବତରଣ ବେଳେ ପରସ୍ପର ସହ ଧକ୍କା ହେଲେ ଦୁଇଟି ହେଲିକପ୍ଟର । ଏହି ଭୟଙ୍କର ଦୁର୍ଘଟଣାରେ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ପାଇଲଟ୍ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନେପାଳର ସୋଲୁଖୁମ୍ବୁ ଜିଲ୍ଲାର ଏଭରେଷ୍ଟ ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ଫେରିଚେ ହେଲିପ୍ୟାଡ୍‌ରେ ଅବତରଣ କରିବା ସମୟରେ ଫିସଟେଲ୍ ଏୟାର ଏବଂ ଏୟାର ଡାଇନେଷ୍ଟି ଦ୍ୱାରା ପରିଚାଳିତ ଦୁଇଟି ହେଲିକପ୍ଟର ପରସ୍ପର ସହ ଧକ୍କା ହୋଇଥିଲେ । ନେପାଳର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପୋଲିସ ଏହି ଦୁର୍ଘଟଣାକୁ ନିଶ୍ଚିତ କରିଛନ୍ତି ।

ପ୍ରାଥମିକ ସୂଚନା ଅନୁସାରେ, ଦୁଇଟି ହେଲିକପ୍ଟର ଅବତରଣ କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କର ବ୍ଲେଡ୍ ପରସ୍ପର ସହ ଧକ୍କା ହୋଇଥିଲା । ଫଳରେ ଏହି ଦୁର୍ଘଟଣା ଘଟିଛି । ଫିସଟେଲ୍ ଏୟାର ହେଲିକପ୍ଟରରେ ଥିବା ଜଣେ ବିଦେଶୀ ପର୍ଯ୍ୟଟକଙ୍କ ଜୀବନ ଯାଇଛି । ଏଥିରେ ଥିବା କ୍ୟାପ୍ଟେନ୍ ପ୍ରଜ୍ଜଲ୍ କେସି ମଧ୍ୟ ଆହତ ହୋଇଛନ୍ତି । ସେହିପରି ଏୟାର ଡାଇନେଷ୍ଟି ହେଲିକପ୍ଟରର ପାଇଲଟ୍ କ୍ୟାପ୍ଟେନ୍ ରବିନ୍ଦ୍ର ପ୍ରଜାପତି ମଧ୍ୟ ଆହତ ହୋଇଛନ୍ତି ।ତେବେ ମୃତ ବିଦେଶୀ ପର୍ଯ୍ୟଟକ ଏବଂ ଅନ୍ୟ ଆହତଙ୍କ ପରିଚୟ ଏଯାଏଁ ସାର୍ବଜନୀନ କରାଯାଇନାହିଁ । ଖବର ପାଇ ଏକ ସିମ୍ରିକ୍ ଏୟାର ହେଲିକପ୍ଟର ଘଟଣାସ୍ଥଳରେ ପହଞ୍ଚିଛି । ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏୟାରଲିଫ୍ଟ କରାଯାଉଛି ।ସୂଚନାଯୋଗ୍ୟ, ସମୁଦ୍ର ପତ୍ତନଠାରୁ ପ୍ରାୟ ୪ ହଜାର ୨୪୦ ମିଟର ଉଚ୍ଚତାରେ ରହିଛି ଫେରିଚେ । ଏଭରେଷ୍ଟ ଅଞ୍ଚଳରେ ପର୍ଯ୍ୟଟକଙ୍କ ଯାତାୟାତ ଓ ଉଦ୍ଧାରକାରୀ ଦଳ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ହେଲିପ୍ୟାଡ୍ । ତେବେ ଏତେ ଉଚ୍ଚତାରେ ଦୁଇଟି ହେଲିକପ୍ଟର କିଭଳି ଧକ୍କା ହେଲେ, ତାହାର କାରଣ ଜାଣିବା ପାଇଁ କର୍ତ୍ତୃପକ୍ଷ ତଦନ୍ତ ଓ ତଥ୍ୟ ସଂଗ୍ରହ ଜାରି ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking