31.1 C
Bhubaneswar
Sunday, November 1, 2026
Homeଓଡିଶା୬ ଘଣ୍ଟାରେ ବାତ୍ୟା: ପୁଣି ଦକ୍ଷିଣ ଓଡ଼ିଶାରେ ପଡ଼ିବ ପ୍ରଭାବ !

୬ ଘଣ୍ଟାରେ ବାତ୍ୟା: ପୁଣି ଦକ୍ଷିଣ ଓଡ଼ିଶାରେ ପଡ଼ିବ ପ୍ରଭାବ !

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଦକ୍ଷିଣ ପଶ୍ଚିମ ଓ ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗର ଠାରେ ବାତ୍ୟାର ରୂପ ନେବ । ୨ ତାରିଖ ବେଳକୁ ବାତ୍ୟା ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ବାତ୍ୟାର ଗତିପଥ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ରହିବ । ଯାହା ଫଳରେ ଆସନ୍ତା ୩ ତାରିଖ ବେଳକୁ ଏହା ଦକ୍ଷିଣ ଆନ୍ଧ୍ର ଉପକୂଳ ବିଶେଷ କରି ନେଲର ଓ ନାରସାପୁର ଠାରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ୩ ତାରିଖ ସକାଳ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବାକୁ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଲ୍ୟାଣ୍ଡଫଲ୍ ବେଳେ ଭୀଷଣ ବାତ୍ୟାରେ ଏହା ଅତିକ୍ରମ କରିବ । ସେ ସମୟରେ ପବନର ବେଗ ୧୦୦ରୁ ୧୧୦ ବା ଝଟ୍‌କା ପବନ ୧୨୦ କିଲୋମିଟର ପ୍ରତିଘଣ୍ଟା ପ୍ରବାହିତ ହେବାର ସମ୍ଭାବନା ରହିଛି ।

ଏହାର ପ୍ରଭାବ ପୁଣି ଦକ୍ଷିଣ ଓଡ଼ିଶାରେ ପଡ଼ିବ । ଆସନ୍ତା ୩ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ଅର୍ଣ୍ଣବ ଭଳି ବିଶେଷ ପ୍ରଭାବ ପକେଇବ ନାହିଁ ବୋଲି କହିଛନ୍ତି ପାଣିପାଗ ବିଭାଗ ନିର୍ଦ୍ଦେଶିକା । ଗଞ୍ଜାମ, ଗଜପତିରେ ୨ ତାରିଖ ବେଳକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୭ରୁ ୧୨ ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ୩ ତାରିଖରେ ଦକ୍ଷିଣ ଓଡ଼ିଶା ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨, ୩, ୪ ବେଳକୁ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking