ଭୁବନେଶ୍ୱର: ବନ୍ୟା କ୍ଷୟକ୍ଷତି ସଂପର୍କରେ ଏସଆରସି ରାଜେଶ ପ୍ରଭାକର ପାଟିଲ ପ୍ରେସମିଟ କରିଛନ୍ତି । ଗଞ୍ଜାମ ଜିଲ୍ଲାର ୨୨ ବ୍ଲକ ଓ ୩୯୮ ଗାଁ ପ୍ରଭାବିତ ହୋଇଛି । ଗଞ୍ଜାମରେ ୧ ଲକ୍ଷ ୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ୭୪ ହଜାର ହେକ୍ଟର ଚାଷ ଜମି, ୧ ହଜାର ବାସଗୃହ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ସବୁ ମୋବାଇଲ ଟାୱାର କାମ କଲାଣି । ବିଦ୍ୟୁତ ରିଷ୍ଟୋର ହେଲାଣି । ୫୬ ପ୍ରତିଶତ ନଳକୂପ କାର୍ଯ୍ୟକ୍ଷମ ହୋଇ ସାରିଲାଣି କହିଛନ୍ତି ଏସଆରସି । ଭଞ୍ଚନଗରର ଭୂସ୍ଖଳନ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଛି । ୧୨ ନିଖୋଜଙ୍କ ଭିତରୁ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଛି ।










