27.1 C
Bhubaneswar
Saturday, October 31, 2026
Homeଓଡିଶାଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ପ୍ରତିନିଧି ଦଳର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ

ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ପ୍ରତିନିଧି ଦଳର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ

ବ୍ରହ୍ମପୁର: ସମ୍ପ୍ରତି ସାମୁଦ୍ରିକ ଝଡ ଅର୍ଣ୍ଣବ ର ପ୍ରଭାବରେ ଗଞ୍ଜାମରେ ହୋଇଛି ପ୍ରବଳ ବର୍ଷା । ଫଳରେ ଜିଲ୍ଲାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଯାହାକୁ ନେଇ ଲୋକଙ୍କ ସୁଖଦୁଃଖ ରେ ଭାଗୀଦାର ହେବାପାଇଁ ବିଭିନ୍ନ ରାଜନୈତିକ ନେତ୍ରୁ ବର୍ଗ ଲୋକଙ୍କ ନିକଟରେ ପହଞ୍ଚି ସମବେଦନା ଜଣାଇବା ପାଇଁ ପହଞ୍ଚିଛନ୍ତି । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ୬ ଗୋଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ବନ୍ୟା ପ୍ରବଣ ଗ୍ରାମରେ ପହଞ୍ଚିଛି ଜିଲ୍ଲା କଂଗ୍ରେସ କମିଟିର ଏକ ପ୍ରତିନିଧି ଦଳ । ଜିଲ୍ଲା କଂଗ୍ରେସ କମିଟି (ପୂର୍ବ) ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଉପସଭାପତି ଅଶୋକ କୁମାର ପଟ୍ଟନାୟକ,ବୃନ୍ଦାବନ ଖଟେଇ,ସମ୍ପାଦକ ପ୍ରବୀର କୁମାର୍ ସାବତ, କୁକୁଡାଖଣ୍ଡି ବ୍ଲକ୍ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର୍ ପାଣି,ଦିଗପହଣ୍ଡି ବ୍ଲକ୍ ସଭାପତି ସିହେଚ୍ ଶଙ୍କର ସୁବୁଦ୍ଧି,ଭିଷ୍ମଗିରି ପୂର୍ବତନ ସରପଞ୍ଚ ପୀତାମ୍ବର ଗୌଡ, କୃଷକ ସେଲ୍ ସଭାପତି ପୂର୍ଣ୍ଣଚନ୍ଦ୍ର ଦାସ,ଫସିଗୁଡ଼ା ସରପଞ୍ଚ ଶିବରାମ ପ୍ରଧାନ ପ୍ରମୁଖ ଛତ୍ରପୁର,ରଙ୍ଗେଇଲୁଣ୍ଡ,ଚିକିଟି, ପ୍ରଭୃତି ୬ଟି ବିଧାନସଭା ଅଞ୍ଚଳର ବିଭିନ୍ନ ବନ୍ୟା ପ୍ରଭାବିତ ଗ୍ରାମରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ । ଚିକଲଖଣ୍ଡି,ବିପିଲିଙ୍ଗି, କତୁୱରି , ମହନାଦପୂର୍, ବଉଳ ଗାଁ, ବଦମାଧପୂର୍, ପୋଟଲାମପୁର, ଚିକଲଖଣ୍ଡି,ରୋହିଗାଁ ବାଲିପଡ଼ା, ଡେଙ୍ଗାପଦର,ସିଦ୍ଧେଶ୍ୱର, କୋଟିନଡ୍ଡା ପ୍ରଭୃତି ବନ୍ୟା ପୀଡ଼ିତ ଗ୍ରାମ ପରିଦର୍ଶନ କରି ସ୍ଥାନୀୟ ଚାଷୀଙ୍କ ସହିତ ଆଲୋଚନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking