27.1 C
Bhubaneswar
Friday, October 30, 2026
Homeଓଡିଶାବାଲିଗୁଡ଼ାରେ ଭୁସ୍ଖଳନ: ଗୋଟିଏ ପରିବାରର ତିନି ମୃତ

ବାଲିଗୁଡ଼ାରେ ଭୁସ୍ଖଳନ: ଗୋଟିଏ ପରିବାରର ତିନି ମୃତ

କନ୍ଧମାଳ: କନ୍ଧମାଳ ବାଲିଗୁଡ଼ାରେ ବଡ଼ ଭୁସ୍ଖଳନ, ଗୋଟିଏ ପରିବାରର ତିନି ଜଣ ମାଟିରେ ପୋତି ହୋଇ ମୃତ। କନ୍ଧମାଳ ଜିଲ୍ଲାରେ ବାତ୍ୟା ଅର୍ଣ୍ଣବ ଦେଇଯାଇଛି ଦୁଃଖ । ବିଭିନ୍ନ ସ୍ଥାନରେ ପାହାଡ଼ ଉପରୁ ଭୂସ୍ଖଳନ ହୋଇଛି । ରାଇକିଆ ବ୍ଲକ ମାଣିକେଶ୍ୱରୀ ପଞ୍ଚାୟତର ଡାଙ୍ଗେସି ଗାଁରେ ରହୁଥିବା ୧୫ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଗୋଟିଏ ପରିବାରର ୭ମାସର ଛୋଟ ଛୁଆ ସହ ରହିଥିବା ୩ ଜଣଙ୍କ ମୃତ୍ୟୁ ହୋଇଛି । ୩୫ବର୍ଷୀୟ ଅଚ୍ୟୁତା ନନ୍ଦ ପ୍ରଧାନ ଓ ତାଙ୍କ ସ୍ତ୍ରୀ ୨୮ବର୍ଷୀୟ ମାନସୀ ନନ୍ଦ ପ୍ରଧାନଙ୍କ ଶବ ମାଟିରେ ପୋତି ହୋଇ ରହିଥିବା ବେଳେ ବର୍ତ୍ତମାନ ତାଙ୍କର ମୃତ ଦେହକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି ।

ଘଟଣାସ୍ଥଳରେ ମନ୍ତ୍ରୀ ରବି ନାରାୟଣ ନାୟକ ପହଞ୍ଚି ସ୍ଥିତି ପରଖିଛନ୍ତି । ଏହାସହ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଘର ନଷ୍ଟ ହୋଇଥିବା ପରିବାରକୁ ତୁରନ୍ତ ପକ୍କା ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଜିଲ୍ଲାରେ ଅର୍ଣ୍ଣବ ଜନିତ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟି ଥିବା ସମୟରେ ଘଟଣାସ୍ଥଳରେ ପହଞ୍ଚି ଜିଲ୍ଲାପାଳ ଓ ଏସପି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking