25.1 C
Bhubaneswar
Friday, October 30, 2026
Homeଓଡିଶାଭଦ୍ରକରୁ ନକଲି ସର୍ଫ ଏକ୍ସସେଲ କାରଖାନା ଠାବ

ଭଦ୍ରକରୁ ନକଲି ସର୍ଫ ଏକ୍ସସେଲ କାରଖାନା ଠାବ

ଭଦ୍ରକ: ଭଦ୍ରକରେ ନକଲି ସର୍ଫ ତିଆରି କାରଖାନା ଠାବ ହୋଇଛି। ବିଭିନ୍ନ ନାମୀଦାମୀ କମ୍ପାନୀ ନାଁରେ ନକଲି ସର୍ଫ ତିଆରି ହେଉଥିଲା। ପୋଲିସ ରାତି ଅଧିଆ ଚଢାଉ କରି ବିପୁଳ ପରିମାଣର ସର୍ଫ ଲୋଗୋ ଓ ପ୍ୟାକେଟ ଜବତ କରିଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣିତାଲ ବଜାର ନିକଟରେ ଦୀର୍ଘ ଦିନ ଧରି ଏହି ନକଲି ସର୍ଫ କାରଖାନା ଚାଲିଥିଲା। ନାମୀଦାମୀ କମ୍ପାନୀର ଲୋଗୋ ଲଗାଇ ନକଲି ସର୍ଫ ତିଆରି କରି ବଜାରରେ ବିକ୍ରି କରାଯାଉଥିଲା। ଖବର ପାଇ ପୋଲିସ ରାତିରେ ଚଢାଉ କରିଥିଲା।

ପୋଲିସ ଆସିବା ଖବର ପାଇ କାରଖାନାରେ ତାଲା ପକାଇ ସମସ୍ତ କର୍ମଚାରୀ ଫେରାର ହୋଇଯାଇଥିଲେ। ପୋଲିସ କାରଖାନା ଭିତରୁ ବିପୁଳ ପରିମାଣର ନକଲି ସର୍ଫ ପ୍ୟାକେଟ, ଲୋଗୋ ଜବତ କରିଛି। ଏହି ନକଲି ସର୍ଫ ଭଦ୍ରକ ସମେତ ବାଲେଶ୍ୱର, ଯାଜପୁର ବଜାରକୁ ଯାଉଥିଲା। କାରଖାନା ମାଲିକକୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି। ବଡ ବ୍ରାଣ୍ଡ ନାଁରେ ନକଲି ସାମଗ୍ରୀ ବିକ୍ରି କରି ଗ୍ରାହକଙ୍କୁ ଠକାଯାଉଥିଲା। ପୋଲିସର ଚଢାଉ ପରେ ଏହାର ପର୍ଦ୍ଦାଫାସ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking