30.1 C
Bhubaneswar
Monday, October 26, 2026
Homeଓଡିଶାକୋଟିଆ ପ୍ରସଙ୍ଗରେ ତେଜିଲା ରାଜନୀତି: ସ୍ୱତନ୍ତ୍ର ଅଧିବେଶନ ଦାବି କଲେ ପ୍ରମିଳା

କୋଟିଆ ପ୍ରସଙ୍ଗରେ ତେଜିଲା ରାଜନୀତି: ସ୍ୱତନ୍ତ୍ର ଅଧିବେଶନ ଦାବି କଲେ ପ୍ରମିଳା

ଭୁବନେଶ୍ୱର: କୋଟିଆ ପ୍ରସଙ୍ଗକୁ ନେଇ ପୁଣି ତେଜିଲା ରାଜନୀତି । ଏହି ପ୍ରସଙ୍ଗରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରିଛନ୍ତି ବିଜେଡି ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । କୋଟିଆକୁ ମିଳିମିଶି ଆନ୍ଧ୍ରକୁ ଟେକିଦେବାକୁ ଷଡ଼ଯନ୍ତ୍ର ଚାଲିଥିବା ସେ ଅଭିଯୋଗ କରିଛନ୍ତି ।ଗୃହ କମିଟି ଗଠନ କରିଦେଲେ କ’ଣ କୋଟିଆ ସମସ୍ୟାର ସମାଧାନ ହୋଇପାରିବ ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା। ରାଜ୍ୟରେ ଟ୍ରିପଲ୍ ଇଞ୍ଜିନ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଥିବା ବେଳେ କୋଟିଆ ପ୍ରସଙ୍ଗରେ ସରକାରଙ୍କର ଆନ୍ତରିକତା ନଥିବା ସେ କହିଛନ୍ତି।

ଆଉ କେତେଦିନ ବିଜେଡିକୁ ଦୋଷ ଦେଇ ଚାଲିବେ ବୋଲି ପ୍ରଶ୍ନ କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଏହି ସମସ୍ୟାର ସମାଧାନ କରିବାକୁ କ୍ଷମତା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଯଦି ସରକାର କୋଟିଆ ସମସ୍ୟାର ସମାଧାନ କରିପାରୁନାହାନ୍ତି, ତେବେ ନବୀନ ପଟ୍ଟନାୟକଙ୍କୁ କ୍ଷମତା ଛାଡ଼ିଦିଅନ୍ତୁ ବୋଲି କଟାକ୍ଷ କରିଛନ୍ତି ପ୍ରମିଳା ମଲ୍ଲିକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking