29.1 C
Bhubaneswar
Monday, October 26, 2026
Homeଓଡିଶାକଣାସରେ ବିଦେଶୀ ପକ୍ଷୀଙ୍କ ଭିଡ଼: ସକ୍ରିୟ ଶିକାରୀ ଦଳ

କଣାସରେ ବିଦେଶୀ ପକ୍ଷୀଙ୍କ ଭିଡ଼: ସକ୍ରିୟ ଶିକାରୀ ଦଳ

ପୁରୀ: ଶୀତ ଆସିବା ପୂର୍ବରୁ କଣାସରେ ବିଦେଶୀ ପକ୍ଷୀଙ୍କ ସମାଗମ । ହଜାର ହଜାର ସଂଖ୍ୟାରେ ଆସୁଛନ୍ତି ପ୍ରବାସୀ ପକ୍ଷୀ । ଅତିଥି ପକ୍ଷୀଙ୍କ କାକଳିରେ ମୁଖରିତ ହେଉଛି ଚିଲିକା ସଂଲଗ୍ନ ପୁରୀ ଜିଲ୍ଲାର କଣାସ ଅଞ୍ଚଳ । ହେଲେ ପକ୍ଷୀଙ୍କ ଆଗମନ ସହ ବଢିଛି ଶିକାରୀଙ୍କ ଉତ୍ପାତ । ବିଷ ପ୍ରୟୋଗ ଓ ଜାଲ ବିଛାଇ ପକ୍ଷୀ ଶିକାର କରୁଥିବା ଅଭିଯୋଗ ହୋଇଛି । ବେଆଇନ ଶିକାର ଓ ଚୋରା ଚାଲାଣ ବଢୁଥିବା ବେଳେ ବନ ବିଭାଗର ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ ତେଜିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହଜାର ହଜାର ମାଇଲ ଦୂରରୁ କଣାସ ଅଞ୍ଚଳରେ ବିଭିନ୍ନ ଜଳାଶୟ ଓ ସନ୍ତସନ୍ତିଆ ଅଞ୍ଚଳକୁ ଉଡି ଆସିଛନ୍ତି ବିଦେଶୀ ପ୍ରବାସୀ ପକ୍ଷୀ । ଶୀତଋତୁର ଆଗମନ ସହ ଏହି ପକ୍ଷୀଙ୍କ ଉପସ୍ଥିତି ପ୍ରକୃତିର ଶୋଭା ବଢାଉଛି । କେତେକ ଅସାଧୁ ଶିକାରୀ ବିଷ ପ୍ରୟୋଗ କରିବା ସହ ଜାଲ ବିଛାଇ ପକ୍ଷୀଙ୍କ ଶିକାର କରୁଥିବା ଅଭିଯୋଗ ହୋଇଛି । ଏପରିକି ଶିକାର ହୋଇଥିବା ପକ୍ଷୀଙ୍କ ଚୋରା ଚାଲାଣ ମଧ୍ୟ ହେଉଥିବା କୁହାଯାଉଛି । ଅନ୍ୟପଟେ ବନ ବିଭାଗର ପାଟ୍ରୋଲିଂ ବ୍ୟବସ୍ଥା ଦୁର୍ବଳ ଥିବାରୁ ଶିକାରୀମାନେ ନିର୍ଭୟରେ ଏଭଳି କାର୍ଯ୍ୟ ଚଳାଇଥିବା ଅଭିଯୋଗ ଉଠିଛି । ପ୍ରବାସୀ ପକ୍ଷୀଙ୍କ ସୁରକ୍ଷା ପାଇଁ ନିୟମିତ ପାଟ୍ରୋଲିଂ ସହ ବେଆଇନ ଶିକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ପରିବେଶପ୍ରେମୀ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking