31.1 C
Bhubaneswar
Saturday, October 24, 2026
Homeଦେଶ ବିଦେଶନଭେମ୍ବର ୧ରେ କଂଗ୍ରେସର ମହାରାଲିକୁ ନେଇ ବିବାଦ: ରାହୁଲ ଗାନ୍ଧୀଙ୍କୁ ଘେରିଲା ବିଜେପି

ନଭେମ୍ବର ୧ରେ କଂଗ୍ରେସର ମହାରାଲିକୁ ନେଇ ବିବାଦ: ରାହୁଲ ଗାନ୍ଧୀଙ୍କୁ ଘେରିଲା ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ମୈଦାନରେ ନଭେମ୍ବର ୧ ତାରିଖରେ କଂଗ୍ରେସର ପ୍ରସ୍ତାବିତ ମହାରାଲିକୁ ନେଇ ରାଜନୈତିକ ବିବାଦ ତେଜିଛି। ରାଲିର ତାରିଖକୁ ନେଇ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ନେତା ରବିଶଙ୍କର ପ୍ରସାଦ। ନଭେମ୍ବର ୧ ତାରିଖ ୧୯୮୪ ମସିହାର ଶିଖ୍ ବିରୋଧୀ ନରସଂହାରର ସ୍ମୃତି ସହ ଜଡ଼ିତ ଥିବାରୁ ସେହିଦିନ ବଡ଼ ରାଜନୈତିକ ସମାବେଶ ଆୟୋଜନ କରିବା ଶିଖ୍ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇପାରେ ବୋଲି ସେ ଅଭିଯୋଗ କରିଛନ୍ତି।ସାମ୍ବାଦିକ ସମ୍ମିଳନୀରେ ରବିଶଙ୍କର ପ୍ରସାଦ ପ୍ରଶ୍ନ କରିଛନ୍ତି ଯେ, ରାହୁଲ ଗାନ୍ଧୀ ନଭେମ୍ବର ୧ରେ ହିଁ ରାଲି କରିବାକୁ କାହିଁକି ଜିଦ୍ ଧରିଛନ୍ତି? ଏହି ଦିନ ଶିଖ୍ ସମ୍ପ୍ରଦାୟ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ। ଏଭଳି ଦିନରେ ରାମଲୀଳା ମୈଦାନରେ ବିଶାଳ ସମାବେଶ କରି ରାହୁଲ ଶିଖ୍ ସମ୍ପ୍ରଦାୟର ପୁରୁଣା କ୍ଷତରେ କାହିଁକି ଲୁଣ ଛିଞ୍ଚିବାକୁ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking