ନୂଆଦିଲ୍ଲୀ : ଦିଲ୍ଲୀରେ କକ୍ରୋଚ୍ ଜନତା ପାର୍ଟିର ସହ-ସଂଯୋଜକ ସୌରଭ ଦାସଙ୍କ ଅଡ଼ୁଆ ବଢ଼ିଛି। ପିସ୍ ବଣ୍ଡ ବା ଶାନ୍ତି ବଜାୟ ରଖିବା ସମ୍ପର୍କିତ ମୁଚାଲିକା ଦାଖଲ ପ୍ରକ୍ରିୟାରେ ତାଙ୍କୁ ଦିଲ୍ଲୀର ସ୍ଥାୟୀ ବାସିନ୍ଦା ହୋଇଥିବାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଇଏମ୍ କୋର୍ଟ। କିଛିଦିନ ପୂର୍ବରୁ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଏହି କୋର୍ଟରୁ ମୁକ୍ତି ମିଳିଥିଲା। ତେବେ ପିସ୍ ବଣ୍ଡ ସମ୍ପର୍କିତ ମାମଲାରେ ପୁଣିଥରେ ଉଭୟଙ୍କୁ ଅଦାଲତରେ ହାଜର ହେବାକୁ ପଡ଼ିଛି।ଶନିବାର ଶୁଣାଣି ସମୟରେ ସୌରଭ ଦାସ ଓ ଆଶୁତୋଷ ରାଙ୍କା ନିଜ ନିଜ ଜାମିନଦାରଙ୍କ ସହ ଏସ୍ଇଏମ୍ କୋର୍ଟରେ ହାଜର ହୋଇଥିଲେ। ଶୁଣାଣି ବେଳେ ଅଦାଲତ କହିଥିଲେ ଯେ ସୌରଭଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଘରଭଡ଼ା ଚୁକ୍ତିନାମା, ଡିଡ୍ କିମ୍ବା ଲିଜ୍ ସମ୍ପର୍କିତ କୌଣସି ଦସ୍ତାବିଜ ଦାଖଲ କରାଯାଇନାହିଁ। ଆବଶ୍ୟକ କାଗଜପତ୍ର ଯାଞ୍ଚ ପାଇଁ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୭ ତାରିଖକୁ ଧାର୍ଯ୍ୟ କରାଯାଇଛି।










