32.1 C
Bhubaneswar
Saturday, October 24, 2026
Homeଦେଶ ବିଦେଶବାଣ ବିସ୍ଫୋରଣ: ଜଳିଗଲା ବ୍ୟବସାୟୀଙ୍କ ଘର, ୮ ମୃତ୍ୟୁ ଆଶଙ୍କା

ବାଣ ବିସ୍ଫୋରଣ: ଜଳିଗଲା ବ୍ୟବସାୟୀଙ୍କ ଘର, ୮ ମୃତ୍ୟୁ ଆଶଙ୍କା

ବିହାର : ବିହାରର ସିୱାନ ଜିଲ୍ଲାରେ ଭୟଙ୍କର ବିସ୍ଫୋରଣ । ଜାମୋ ଥାନା ଅନ୍ତର୍ଗତ ଆଲମାପୁର ଗାଁରେ ଜଣେ ବାଣ ବ୍ୟବସାୟୀଙ୍କ ଘରେ ଭୀଷଣ ବିସ୍ଫୋରଣ ଘଟିଛି । ଏଥିରେ ପ୍ରାଥମିକ ଭାବେ ୫ରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଗାଁର ମହମ୍ମଦ ଅମିରୁଦ୍ଦିନ୍ ମିଆଁଙ୍କ ଘରେ ବହୁ ପରିମାଣରେ ବାଣ ଗଚ୍ଛିତ ଥିଲା । ଘଟଣା ସମୟରେ ଘର ଭିତରେ ଅନେକ ଲୋକ ଉପସ୍ଥିତ ଥିଲେ । ଏହି ସମୟରେ ହଠାତ୍ ବାଣରେ ନିଆଁ ଲାଗିଥିଲା । ଦେଖୁଦେଖୁ ଏହା ଏକ ଭୀଷଣ ବିସ୍ଫୋରଣର ରୂପ ନେଇଥିଲା । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ଘରର ଆଗପଟ ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି । ବିସ୍ଫୋରଣର ଶବ୍ଦ ଏତେ ଭୟଙ୍କର ଥିଲା ଯେ, ପ୍ରାୟ ଦୁଇ ଘଣ୍ଟା ଧରି ବାରମ୍ବାର ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ଏବଂ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଘଟଣାର ଭୟାବହତା ଏତେ ବେଶୀ ଥିଲା ଯେ ବିସ୍ଫୋରଣରେ ଶବଗୁଡ଼ିକ ଅତ୍ୟନ୍ତ କ୍ଷତ-ବିକ୍ଷତ ହୋଇଯାଇଛି, ଯାହାଫଳରେ ମୃତକଙ୍କୁ ଚିହ୍ନଟ କରିବାରେ ସମସ୍ୟା ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା ଏବଂ ପରିଚୟ ମିଳିପାରି ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking