31.1 C
Bhubaneswar
Friday, October 23, 2026
Homeଦେଶ ବିଦେଶ‘ଜିଓ ଆଇପିଓ’ : ଦୁଇ ଦିନରେ ୭୫ ଲକ୍ଷ ଆବେଦନ

‘ଜିଓ ଆଇପିଓ’ : ଦୁଇ ଦିନରେ ୭୫ ଲକ୍ଷ ଆବେଦନ

ମୁମ୍ବାଇ : ‘ଜିଓ ଆଇପିଓ’ ପାଇଁ ଦ୍ୱିତୀୟ ଦିନରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି। ଗୁରୁବାର ସନ୍ଧ୍ୟା ୭ଟା ସୁଦ୍ଧା ଜିଓ ପ୍ଲାଟଫର୍ମସର ୩୦,୨୧୩ କୋଟି ଟଙ୍କାର ଆଇପିଓ ୫.୫୭ ଗୁଣ ସବସ୍କ୍ରାଇବ୍ ହୋଇଛି। ଦୁଇ ଦିନ ମଧ୍ୟରେ ଆବେଦନ ସଂଖ୍ୟା ୭୫ ଲକ୍ଷ ଅତିକ୍ରମ କରିଛି। ବଡ଼ ସଂସ୍ଥାଗତ ନିବେଶକ (କ୍ୟୁଆଇବି) ବର୍ଗ ୧୩.୨୯ ଗୁଣ ସବସ୍କ୍ରାଇବ୍ ହୋଇଥିବାବେଳେ ରିଟେଲ୍ ବର୍ଗ ମଧ୍ୟ ୧.୫୪ ଗୁଣ ପୂରଣ ହୋଇଛି। ଜିଓ ଆଇପିଓର ପ୍ରଥମ ଦିନରେ ମୋଟ ସବସ୍କ୍ରିପ୍‌ସନ୍ ୩.୧୬ ଗୁଣ ଥିଲା, ଯାହା ଦ୍ୱିତୀୟ ଦିନରେ ବୃଦ୍ଧି ପାଇ ୫.୫୭ ଗୁଣରେ ପହଞ୍ଚିଛି। ଅଣ-ଆଙ୍କର୍ ନିବେଶକଙ୍କ ପାଇଁ ଉପଲବ୍ଧ ୧୯.୭୫ କୋଟି ସେୟାର ତୁଳନାରେ ୧୧୦ କୋଟିରୁ ଅଧିକ ସେୟାର ପାଇଁ ବିଡ୍ ଦାଖଲ ହୋଇଛି। ଏହି ବିଡ୍ ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୧.୨୩ ଲକ୍ଷ କୋଟି ଟଙ୍କା ରହିଛି। ଜିଓ ଆଇପିଓରେ ଅଣ-ସଂସ୍ଥାଗତ ନିବେଶକ (ଏନଆଇଆଇ) ବର୍ଗ ୫.୯୭ ଗୁଣ ସବସ୍କ୍ରାଇବ୍ ହୋଇଛି। ରିଲାଏନ୍ସ କର୍ମଚାରୀଙ୍କ ପାଇଁ ସଂରକ୍ଷିତ କୋଟା ୨.୧୦ ଗୁଣ ଏବଂ ସେୟାରଧାରକଙ୍କ କୋଟା ୪.୦୫ ଗୁଣ ପୂରଣ ହୋଇଛି। ଦ୍ୱିତୀୟ ଦିନରେ ଏନଆଇଆଇ ଏବଂ ରିଲାଏନ୍ସ ସେୟାରଧାରକ ବର୍ଗରେ ଚାହିଦା ବୃଦ୍ଧି ପାଇଛି। ପ୍ରଥମ ଦିନରେ ଏନଆଇଆଇ ବର୍ଗ ୧.୬୮ ଗୁଣ ଏବଂ ସେୟାରଧାରକ କୋଟା ୧.୪୬ ଗୁଣ ସବସ୍କ୍ରାଇବ୍ ହୋଇଥିଲା। ଦ୍ୱିତୀୟ ଦିନରେ ଏହି ସଂଖ୍ୟା ଯଥାକ୍ରମେ ୫.୯୭ ଗୁଣ ଓ ୪.୦୫ ଗୁଣକୁ ବୃଦ୍ଧି ପାଇଛି। ଜିଓ ଆଇପିଓରେ ନିବେଶ ପାଇଁ ଏବେ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି। ଶୁକ୍ରବାର, ୨୩ ଅକ୍ଟୋବର ହେଉଛି ଆବେଦନର ଶେଷ ତାରିଖ। ନିବେଶକଙ୍କ ପାଇଁ ଆବେଦନ କରିବାର ସୁଯୋଗ ଖୋଲା ରହିଛି। ଯେଉଁ ଯୋଗ୍ୟ ନିବେଶକମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି, ସେମାନେ ଶୁକ୍ରବାର ସୁଦ୍ଧା ଆବେଦନ କରିପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking