25.1 C
Bhubaneswar
Wednesday, October 21, 2026
Homeଦେଶ ବିଦେଶସିଜେପିକୁ ଦିଲ୍ଲୀ ହାଇକୋର୍ଟରୁ ଝଟକା, ସର୍ତ୍ତ ଉଲ୍ଲଙ୍ଘନ କରିଥିବାରୁ କଟାକ୍ଷ

ସିଜେପିକୁ ଦିଲ୍ଲୀ ହାଇକୋର୍ଟରୁ ଝଟକା, ସର୍ତ୍ତ ଉଲ୍ଲଙ୍ଘନ କରିଥିବାରୁ କଟାକ୍ଷ

ନୂଆଦିଲ୍ଲୀ:  CJP କର୍ମୀ ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ତତ୍କାଳ ରାହତ ମିଳିବାର ଆଶାକୁ ଝଟକା ଲାଗିଛି। ଉଭୟଙ୍କ ନ୍ୟାୟିକ ହିରାସତକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନର ଶୁଣାଣି ସମୟରେ ଅଦାଲତ ବଣ୍ଡର ସର୍ତ୍ତ ଉଲ୍ଲଙ୍ଘନ, ଜନ୍ତର-ମନ୍ତରରେ ପ୍ରଦର୍ଶନ ଏବଂ ଶାନ୍ତିଶୃଙ୍ଖଳା ସମ୍ବନ୍ଧୀୟ ଅନେକ ପ୍ରଶ୍ନ ଉଠାଇଛନ୍ତି।

ଶୁଣାଣି ସମୟରେ ହାଇକୋର୍ଟ ଉଭୟ କର୍ମୀଙ୍କ ଓକିଲଙ୍କୁ ଆବେଦନ ପଛକୁ ନେଇ SEM ବା କାର୍ଯ୍ୟନିର୍ବାହୀ ମ୍ୟାଜିଷ୍ଟ୍ରେଟଙ୍କ ଅଦାଲତରେ ହେବାକୁ ଥିବା ଶୁଣାଣିକୁ ଅପେକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ଉଭୟଙ୍କ ଓକିଲ ଆବେଦନ ପଛକୁ ନେବା ପାଇଁ ଅନୁମତି ମାଗିଥିଲେ, ଯାହାକୁ ଅଦାଲତ ମଞ୍ଜୁର କରିଥିଲେ।

ଏହି ମାମଲାରେ CJPର ଲିଗାଲ୍ ହେଡ୍ ରତ୍ନା ସିଂହ ପୂର୍ବରୁ ସୋସିଆଲ୍ ମିଡିଆରେ ସୂଚନା ଦେଇଥିଲେ ଯେ ଦିଲ୍ଲୀ ହାଇକୋର୍ଟ ତତ୍କାଳ ଶୁଣାଣି ପାଇଁ ତାଙ୍କ ଅନୁରୋଧକୁ ଗ୍ରହଣ କରିଛନ୍ତି। ସେ ଉଭୟଙ୍କ ଗିରଫକୁ ଅବୈଧ ବୋଲି କହି ଏହାକୁ ରଦ୍ଦ କରିବାକୁ ହାଇକୋର୍ଟରେ ଅନୁରୋଧ କରିଥିଲେ।

ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟ ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କ ଆବେଦନ ଉପରେ ବଣ୍ଡର ସର୍ତ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ। ଅଦାଲତ କହିଥିଲେ ଯେ ଆବେଦନକାରୀମାନେ ବଣ୍ଡର ସର୍ତ୍ତ ଉଲ୍ଲଙ୍ଘନ କରିଛନ୍ତି। ବଣ୍ଡର ସର୍ତ୍ତ ପାଳନ କରିବାକୁ କହିବା କି ଏତେ ଅବୈଧ ହୋଇପାରେ ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଅଦାଲତ ଏହା ମଧ୍ୟ କହିଥିଲେ ଯେ ଡିନୋଟିଫିକେସନ୍ ପରେ ଉଭୟ ଜନ୍ତର-ମନ୍ତରକୁ ଯାଇଥିଲେ। ଡିନୋଟିଫିକେସନ୍‌କୁ ଚ୍ୟାଲେଞ୍ଜ କରିଥିବା ଆବେଦନ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ଏବଂ ତାହା ଉପରେ କୌଣସି ରୋକ୍ ଲାଗିନାହିଁ ବୋଲି କୋର୍ଟ ଉଲ୍ଲେଖ କରିଥିଲେ। ଯଦି ଦ୍ୱିତୀୟଥର ପାଇଁ ବଣ୍ଡର ସର୍ତ୍ତ ଉଲ୍ଲଙ୍ଘନ ହୋଇଛି, ତେବେ ଅଧିକାରୀମାନଙ୍କୁ ଅଧିକ କଠୋର ସର୍ତ୍ତ ଲଗାଇବାର ଅଧିକାର ନାହିଁ କି ବୋଲି ମଧ୍ୟ ଅଦାଲତ ପଚାରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking