31.1 C
Bhubaneswar
Tuesday, October 20, 2026
Homeଦେଶ ବିଦେଶବିବିଧତା ମଧ୍ୟରେ ଭାରତ ଏକାଠି ରହିଛି: ମୋହନ ଭାଗବତ

ବିବିଧତା ମଧ୍ୟରେ ଭାରତ ଏକାଠି ରହିଛି: ମୋହନ ଭାଗବତ

ନାଗପୁର :ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ନାଗପୁର କାର୍ଯ୍ୟାଳୟରେ ବିଜୟା ଦଶମୀ ଉତ୍ସବ ପାଳନ କରାଯାଇଛି । ଏହାସହ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଏହି ଅବସରରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ସ୍ୱୟଂ ସେବକଙ୍କୁ ସମ୍ବୋଧନକରିଛନ୍ତି । ଏକତାରୁ ନେଇ ଏଆଇ, ଫ୍ରାନ୍ସ ଆନ୍ଦୋଳନ ଆଦି ପ୍ରସଙ୍ଗରେ ସେ ଉଦବୋଧନ ଦେଇଛନ୍ତି ।

ଏହି ଅବସରରେ ମୋହନ ଭାଗବତ କହିଛନ୍ତି ଯେ, ପଶ୍ଚିମବଙ୍ଗର ରାଜ ନାରାୟଣ ବସୁ ସମାଜରେ ସ୍ୱଦେଶୀ ମେଳା ଦ୍ୱାରା ଲୋକଙ୍କୁ ନିଜ ସଂସ୍କୃତି ସହ ପରିଚିତ କରାଇଥିଲେ । ସେ ହିନ୍ଦୁ ମେଳାର ଆରମ୍ଭ କରିଥିଲେ । ଏହାସହ ଆରଏସଏସ ମୁଖ୍ୟ ସନ୍ଥ ରବି ଦାସଙ୍କ ଯୋଗଦାନକୁ ମଧ୍ୟ ମନେ ପକାଇଛନ୍ତି ।

ମୋହନ ଭାଗବତ ଆହୁରି କହିଛନ୍ତି ଯେ, ଗତ୧୦୦ବର୍ଷରେ ଆରଏସଏସ ଭାରତକୁ ନିଜ ସଂସ୍କୃତି, ପରମ୍ପରା ଆଧାରରେ ସଙ୍ଗଠିତ ଏବଂ ମଜବୁତ କରିବା ପାଇଁ କାମ କରୁଛି । ଆରଏସଏସ ଶତାବ୍ଦୀ ବର୍ଷରେ ଯେଉଁ୫ଟି ପରିବର୍ତ୍ତନ ଉପରେ ଧ୍ୟାନ ଦେଉଛି ସେଥିରେ ସ୍ୱଦେଶୀ ଜିନିଷକୁ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏବେ ପଶ୍ଚିମ ଦେଶରେ ଏକ ହାଓ୍ୱା ବହୁଛି । ଯେଉଁଥିରେ ସମସ୍ତ ପ୍ରକାର ଭଦ୍ରତା, ବ୍ୟବସ୍ଥା ଏବଂ ସଂସ୍କାରକୁ ବିରୋଧ କରାଯାଉଛି । ଏସବକୁ ନଷ୍ଟ କରିବାକୁ କିଛି ଜଣ ଚାହୁଁଛନ୍ତି । ଫ୍ରାନ୍ସ, ଅଲବାନିୟା, ନେପାଳ, ବାଂଲାଦେଶ ଏସବୁର ଶିକାର ହେଉଛି । ସେମାନେ ସରକାର ବଦଳାଇଲେ ପରିସ୍ଥିତି ବଦଳିବ ବୋଲି କହୁଛନ୍ତି । କିନ୍ତୁ ଏପରି ପୂର୍ବରୁ କେବେ ହୋଇନି । ଆଜି ମଧ୍ୟ ହେବ ନାହିଁ ।

କାର୍ଯ୍ୟକ୍ରମରେ ମୋହନ ଭାଗବତ ଭାରତର ବିବିଧତା ବାବଦରେ କହିଛନ୍ତି । ସେ କହିଛନ୍ତି ଯେ, ଭାରତ ମାତାଙ୍କ ସ୍ଥାନ ସବୁଠୁ ଉପରେ । ଦେଶରେ ଭିନ୍ନ ଭିନ୍ନ ଜାତି, ଭାଷା, ଖାଦ୍ୟପେୟ ଏବଂ ରୀତିନୀତି ରହିଛି । କିନ୍ତୁ ଭାରତକୁ ଏକଜୁଟ ହୋଇ ଆଗକୁ ବଢିବାକୁ ହେବ । ଦେଶ ପୂର୍ବରୁ ଏକାଠି ହୋଇ ଆଗକୁ ବଢିଛି ଏବଂ ଭବିଷ୍ୟତରେ ମଧ୍ୟ ଏହି ଧାରା ଜାରି ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking