ବେଙ୍ଗାଲୁରୁ: ବିଶାଖାପାଟଣାରୁ ବେଙ୍ଗାଲୁରୁ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ଆଇଏକ୍ସ-୨୦୬୫ ସହ ଏକ ପକ୍ଷୀ ଧକ୍କା ହୋଇଥିବା ଜଣାପଡ଼ିଛି। ବିମାନକୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରାଯାଇଥିଲା। ଏହି ଘଟଣା ସୋମବାର ଘଟିଥିବା ସୂଚନା ପ୍ରଦାନ କରାଯାଇଛି।
ବିମାନରେ ୧୪୮ ଜଣ ଯାତ୍ରୀ ଥିଲେ। ଏହି ଘଟଣାରେ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟ ଆହତ ହୋଇ ନାହାନ୍ତି। ଅବତରଣ ପରେ ବିମାନଟିକୁ ଏକ ପାର୍କିଂ ସ୍ଥାନକୁ ନିଆଯାଇଥିଲା। ପକ୍ଷୀ ଧକ୍କା ଯୋଗୁଁ ଇଞ୍ଜିନ କିମ୍ବା ଅନ୍ୟାନ୍ୟ ଉପାଦାନଗୁଡ଼ିକର କୌଣସି କ୍ଷତି ହୋଇଛି କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ ଇଞ୍ଜିନିୟର ଏବଂ ବୈଷୟିକ ଦଳ ବିମାନର ଯାଞ୍ଚ୍ ଆରମ୍ଭ କରିଥିଲେ।
ଏହା ପୂର୍ବରୁ ଶନିବାର ଦୁବାଇରୁ ଆସୁଥିବା ଏମିରେଟ୍ସ ବିମାନ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏକ ପକ୍ଷୀ ସହ ଧକ୍କା ହୋଇଥିଲା। ଟର୍ମିନାଲ-୩ ନିକଟସ୍ଥ ରନୱେରେ ବିମାନଟି ଅବତରଣ କରୁଥିବା ସମୟରେ ଏହି ଘଟଣା ଘଟିଥିଲା।










