ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତା ୨୮ ଓ ୨୯ ତାରିଖରେ ସେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତ କରିବେ । ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଶେଷକରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଗସ୍ତ କାର୍ଯ୍ୟକ୍ରମର ସୁପରିଚାଳନା ଉପରେ ଗୁରୁତ୍ୱ ଦିଆଯାଉଛି ।ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଉପ ସାମରିକ ସଚିବଙ୍କ ପକ୍ଷରୁ ଚିଠି ଜାରି ହୋଇଛି । ଏହି ଚିଠି ଓଡ଼ିଶା ଓ ପଶ୍ଚିମବଙ୍ଗର ମୁଖ୍ୟ ସଚିବ, ରାଜ୍ୟପାଳଙ୍କ ସଚିବ, ପୁଲିସ ଡିଜି, ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସ୍ପିଙ୍କ ସମେତ ପଶ୍ଚିମ ମେଦିନୀପୁର ଜିଲ୍ଲାପାଳ ଓ ଏସ୍ପିଙ୍କୁ ପଠାଯାଇଛି । ରାଷ୍ଟ୍ରପତିଙ୍କ କାରକେଡ୍ ଯାତାୟାତ କରିବାକୁ ଥିବା ୧୨ଟି ରୁଟ୍ର ଦୂରତା, ଯାତ୍ରା ସମୟ ଓ ରାସ୍ତାର ସ୍ଥିତି ଯାଞ୍ଚ କରି ରିପୋର୍ଟ ଦେବାକୁ ଚିଠିରେ କୁହାଯାଇଛି ।










