30.1 C
Bhubaneswar
Sunday, October 18, 2026
Homeଓଡିଶା୧୦ ବର୍ଷ ଧରି ଦରମା ଟଙ୍କା ହେରଫେର: ବାନ୍ଧିଲା ଭିଜିଲାନ୍ସ

୧୦ ବର୍ଷ ଧରି ଦରମା ଟଙ୍କା ହେରଫେର: ବାନ୍ଧିଲା ଭିଜିଲାନ୍ସ

ଢେଙ୍କାନାଳ: ବନ ବିଭାଗରେ ଦରମା ଟଙ୍କା ହେରଫେର ଅଭିଯୋଗରେ ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ । ଢେଙ୍କାନାଳ ଜିଲ୍ଲା ବନ ବିଭାଗର ବରିଷ୍ଠ କିରାଣି ସୁଜିତ କୁମାର ଜେନାଙ୍କ ବିରୋଧରେ ଦୀର୍ଘ ୧୦ ବର୍ଷ ଧରି ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଅନୁଗୁଳ ଓ ଢେଙ୍କାନାଳ ଭିଜିଲାନ୍ସ ଟିମ୍‌ ୩ ଜଣଙ୍କୁ ଗିରଫ କରିଛି।ସୂଚନା ଅନୁସାରେ, ବନ ବିଭାଗର ଦରମା ଟଙ୍କାରେ ବ୍ୟାପକ ଅନିୟମିତତା ହୋଇଥିବା ଅଡିଟ୍‌ରୁ ଜଣାପଡ଼ିଥିଲା । ଏହାପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିଲା। ସୁଜିତ ଜେନା ତାଙ୍କ ମା’ ସତ୍ୟଭାମା ଜେନାଙ୍କ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ମୋଟ ୬୫ ଲକ୍ଷ ୯୦ ହଜାର ୭୭୩ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି।

ଏହି ଘଟଣାରେ ଭିଜିଲାନ୍ସ ଅଧିକାରୀ ସୁଜିତ କୁମାର ଜେନାଙ୍କ ସମେତ ସୌମ୍ୟ ଓ ରଶ୍ମିରଞ୍ଜନଙ୍କୁ ଗିରଫ କରିଛନ୍ତି। ଗିରଫ ପରେ ତିନି ଜଣଙ୍କର ଡାକ୍ତରୀ ମାଇନା କରାଯାଇଛି। ଅନ୍ୟପଟେ ସୁଜିତଙ୍କ ମା’ ସତ୍ୟଭାମା ଜେନା ଫେରାର ଥିବା ସୂଚନା ମିଳିଛି। ଦୀର୍ଘ ବର୍ଷ ଧରି ଦରମା ଟଙ୍କାରେ କିପରି ଅନିୟମିତତା ହେଲା ଏବଂ ଏଥିରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking