29.1 C
Bhubaneswar
Friday, October 16, 2026
Homeଓଡିଶାରାଜଧାନୀରେ ପୁଣି ହିଟ୍‌ ଆଣ୍ଡ ରନ୍: ୫୦ ବର୍ଷୀୟ ବ୍ୟକ୍ତି ଗୁରୁତର

ରାଜଧାନୀରେ ପୁଣି ହିଟ୍‌ ଆଣ୍ଡ ରନ୍: ୫୦ ବର୍ଷୀୟ ବ୍ୟକ୍ତି ଗୁରୁତର

ଭୁବନେଶ୍ୱର: ରାଜଧାନୀରେ ପୁଣି ହିଟ୍‌ ଆଣ୍ଡ ରନ୍ । ଦୁର୍ଘଟଣା ବେଳର ସିସିଟିଭି ଫୁଟେଜ୍‌ ଭାଇରାଲ । ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଘଟିଛି ଦୁର୍ଘଟଣା । ଏଥିରେ ଜଣେ ୫୦ ବର୍ଷୀୟ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ମିଠା କିଣି ରାସ୍ତା ପାର୍ ହେଉଥିବା ବେଳେ ଧକ୍କା ମାରି ଫେରାର ହୋଇଗଲା କଳା ରଙ୍ଗର ଏସ୍‌ୟୁଭି । ଗୁରୁତର ଆହତ ବ୍ୟକ୍ତି ହେଲେ ଭରତପୁର ସାଂପୁର ଅଞ୍ଚଳର ବିଭୂତି ଭୂଷଣ ଚଇନି । ତାଙ୍କୁ ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଚଳାଇଛି ନୟାପଲ୍ଲୀ ପୁଲିସ । ରାଜଧାନୀରେ ନିତିଦିନ ଗୋଟିଏ ପରେ ଗୋଟିଏ ଦୁର୍ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking