ବ୍ରହ୍ମପୁର: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୁଣି ଜେରା । ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗରେ ଗୋଷାଣୀ ନୂଆଗାଁ ଥାନାରେ ଦେଢ ଘଣ୍ଟା ଧରି ଜେରା କଲା ପୋଲିସ । କିଛି ମାସ ପୂର୍ବରୁ ଜେଲରୁ ଜାମିନରେ ଫେରିବା ପରେ ସାକ୍ଷୀଙ୍କୁ ଧମକ ଦେବା ନେଇ ଅଭିଯୋଗ ହୋଇଥିଲା ।ସେନେଇ ୬ ତାରିଖରେ ପ୍ରାୟ ୪ ଘଣ୍ଟା ଧରି ଜେରା କରିଥିଲା ପୋଲିସ । ପୁଣି ସାକ୍ଷୀଙ୍କୁ ଧମକ ଓ ପ୍ରଲୋଭିତ ଅଭିଯୋଗରେ ଦ୍ୱିତୀୟ ଥର ପାଇଁ ବିକ୍ରମ ପଣ୍ଡାଙ୍କୁ ଜେରା କରିଛି ପୋଲିସ । ଆସନ୍ତା ୨୮ ତାରିଖରେ ପୁଣି ହାଜର ହେବେ ବିକ୍ରମ ପଣ୍ଡା । ସୂଚନାଥାଉକି, ବହୁଚର୍ଚ୍ଚିତ ଆଇନଜୀବୀ ପିତବାସ ହତ୍ୟାକାଣ୍ଡ ମାମଲାରେ ବିକ୍ରମ ପଣ୍ଡାଙ୍କ ସମେତ ଅନ୍ୟ କେତେକ ଅଭିଯୁକ୍ତ ଗିରଫ ହୋଇଥିଲେ ।










