ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ ନବୀନଙ୍କ ଟ୍ୱିଟର ଜବାବ ରଖିଲେ ପ୍ରଭାତୀ ପରିଡା । ଏବିଭିପି ସବୁ ଆଡେ ବିଜୟ ଲାଭ କଲା, ବିସିଜେଡି ଦ୍ୱିତୀୟରେ ରହିଲା । ନବୀନ ଯଦି ବୁଝୁଛନ୍ତି ବିସିଜେଡି ଆଗରେ ଆମର କିଛି କହିବାର ନାହିଁ । ଯଦି ଜେନ-ଜି ପାଇଁ ଏତେ ଚିନ୍ତା ତେବେ ଛାତ୍ର ନିର୍ବାଚନ କରୁନଥିଲେ କାହିଁକି । ଆମେ ପ୍ରତିଶ୍ରୁତି ଦେଇଥିଲୁ, ଶୃଙ୍ଖଳାର ସହିତ ନିର୍ବାଚନ ସରିଲା । ଆମେ ନୂଆ ନେତୃତ୍ୱ ପାଇଁ ବାଟ ଫିଟାଇଲୁ କହିଛନ୍ତି ପ୍ରଭାତୀ ପରିଡା ।










