29.1 C
Bhubaneswar
Friday, October 16, 2026
Homeଓଡିଶାଘରେ ପଶି ମାରଣାସ୍ତ୍ର ଦେଖାଇ ସବୁ ଲୁଟ୍

ଘରେ ପଶି ମାରଣାସ୍ତ୍ର ଦେଖାଇ ସବୁ ଲୁଟ୍

ଭଦ୍ରକ : ଘରେ ପଶିଲେ । ମାରଣାସ୍ତ୍ର ଦେଖାଇ ଭୟଭୀତ କଲେ । ଆଉ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଗଲେ । ଭଦ୍ରକ ଜିଲ୍ଲାରୁ ସାମ୍ନାକୁ ଆସିଛି ଏମିତି ଏକ ଚାଞ୍ଚଲ୍ୟକର ଲୁଟ୍ ଅଭିଯୋଗ । ଧୁଷୁରୀ ଅସୁରାଳି ସାହୁ ସାହିରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍ । ଘରେ ପଶି ମାରଣାସ୍ତ୍ର ଦେଖାଇ ଲୁଟପାଟ୍ କରିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଧୁଷୁରୀ ଅଞ୍ଚଳର ଅସୁରାଳି ସାହୁ ସାହିରେ ରହୁଥିବା ନିରଞ୍ଜନ ନାଥଙ୍କ ଘରକୁ ଟାର୍ଗେଟ୍ କରିଥିଲେ ଦୁର୍ବୃତ୍ତ। ଘରେ ପଶି ମାରଣାସ୍ତ୍ର ଦେଖାଇ ଭୟର ବାତାବରଣ ସୃଷ୍ଟି କରିବା ସହ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି ।ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଘର ଭିତରେ ପଶି ଏଭଳି ଲୁଟପାଟ୍ ଘଟଣା ଏବେ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ଅନ୍ୟପଟେ ଲୁଟ୍ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୁଲିସ। ଘଟଣା ସହ ଜଡ଼ିତ ସିସିଟିଭି ଫୁଟେଜ୍‌କୁ ଆଧାର କରି ଛାନଭିନ୍ ଚଳାଇଛି । ଫୁଟେଜ୍‌ରୁ ଦୁର୍ବୃତ୍ତଙ୍କ ପରିଚୟ ଏବଂ ସେମାନଙ୍କ ଗତିବିଧି ସମ୍ପର୍କରେ ସୁରାକ୍ ଖୋଜିବାକୁ ଉଦ୍ୟମ ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking