ଭୁବନେଶ୍ୱର: ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ଡିଗ୍ରୀ ମହାବିଦ୍ୟାଳୟରେ ବିସିଜେଡି ବିଜୟୀ ହୋଇଛି । ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ ପଦବୀରେ ବିସିଜେଡି ବିଜୟୀ ହୋଇଛି । ଝାରସୁଗୁଡା ପିକେଏସଏସ କଲେଜରେ ବିସିଜେଡି ବିଜୟୀ ହୋଇଛି । ସେହିପରି ଭୁବନେଶ୍ୱରର ଦୁଇ ପ୍ରମୁଖ କଲେଜ ରାଜଧାନୀ ଏବଂ ବିଜେବିରେ ଏବିଭିପିର ବାଜିମାତ ହୋଇଛି । ବିଜେବି କଲେଜରେ ସଭାପତି ପଦ ହାସଲ କଲେ ଆର୍ଯ୍ୟନ ମହାପାତ୍ର । ସେହିପରି ରାଜଧାନୀ କଲେଜରେ ସଭାପତି ପଦ ହାସଲ କଲେ ଅବିନାଶ ପାଢୀ । ଭଦ୍ରକ ଜିଲ୍ଲା ବାସୁଦେବପୁର କଲେଜ, ଜୟପାଟଣା ଇନ୍ଦ୍ରାବତୀ କଲେଜ ଏବଂ ନୂଆପଡ଼ା ଜିଲ୍ଲା ଖଡିଆଳ ମଡେଲ କଲେଜ୍ରେ ବିସିଜେଡି ପ୍ରାର୍ଥୀଙ୍କ ବିଜୟ ହୋଇଛି।










