ଭୁବନେଶ୍ୱର: ନେତା ବାଛୁଛନ୍ତି ଛାତ୍ରଛାତ୍ରୀ । ବିଭିନ୍ନ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟିଂ । ସକାଳ ୮ଟାରୁ ଅପରାହ୍ନ ୨ଟା ଯାଏଁ ଚାଲିବ ମତଦାନ ପ୍ରକ୍ରିୟା । ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ବିଶ୍ୱବିଦ୍ୟାଳୟ , ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ହୋଇଛି । ସୁରକ୍ଷା ଦୃଷ୍ଟିରୁ ସମସ୍ତ କ୍ୟାମ୍ପସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅପରାହ୍ନ ୨ଟାରେ ଭୋଟ ଗ୍ରହଣ ସରିବା କ୍ଷଣି ଭୋଟଗଣତି କରାଯାଇ ସନ୍ଧ୍ୟା ୫ଟା ସୁଦ୍ଧା ଫଳ ପ୍ରକାଶ କରିବାକୁ ଶିକ୍ଷାନୁଷ୍ଠାନଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ୧୧ଟା ସୁଦ୍ଧା ବାଣୀବିହାରରେ ୪୪ ପ୍ରତିଶତ ଭୋଟିଂ ହୋଇଛି । ରମାଦେବୀ ବିଶ୍ୱ ବିଦ୍ୟାଳୟରେ ୨୦.୯୫ ପ୍ରତିଶତ ଭୋଟ ହୋଇଛି । ଫକୀର ମୋହନ ବିଶ୍ୱ ବିଦ୍ୟାଳୟରେ ୧୧ ଟା ସୁଦ୍ଧା ୨୦.୩୧ ପ୍ରତିଶତ ଭୋଟିଂ ମିଳିଛି । ଭୁବନେଶ୍ୱର ଏକାମ୍ର କଲେଜରେ ଭୋଟ ହାର ୨୩.୨୭ ପ୍ରତିଶତ ଭୋଟିଂ ହୋଇଛି ।










