ନୂଆଦିଲ୍ଲୀ: ଭାରତ- ଆମେରିକା ବାଣିଜ୍ୟ ଚୁକ୍ତି ନେଇ ବଢିଲା ଆଶା, ଚଳିତ ସପ୍ତାହରେ ଭାରତ ଆସୁଛନ୍ତି, ଆମେରିକାର ବୈଦେଶିକ ସଚିବ ମାର୍କ ରୁବିଓ । ୧୭ରୁ ୨୨ ଅକ୍ଟୋବର ଯାଏଁ ସେ ଭାରତ ଗସ୍ତରେ ଆସିବେ । ଏହି ଅବସରରେ ସେ ମୁମ୍ବାଇ ଏବଂ ଜାମନଗର ମଧ୍ୟ ଗସ୍ତ କରିବେ । ଆମେରିକାର ବୈଦେଶିକ ବିଭାଗ ଅନୁଯାୟୀ, ରୁବିଓଙ୍କ ଗସ୍ତର ଲକ୍ଷ୍ୟ ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗୀତାକୁ ମଜଭୁତ କରିବା । ଏବଂ ବାଣିଜ୍ୟ, ଶକ୍ତି ଏବଂ ଆଞ୍ଚିଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ସହଯୋଗ ବୃଦ୍ଧି କରିବା । ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ଦିନ କହିଛନ୍ତି ଯେ ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେ ଆହୁରି କହିଛନ୍ତି ଯେ, ଆମେରିକା ଏହାର ଘରୋଇ ଶିଳ୍ପ କ୍ଷମତାକୁ ପୁନଃଜାବୀତ କରିବାକୁ ଏବଂ ଅନ୍ୟ ଦେଶମାନଙ୍କ ପାଇଁ ଏହାର ବଜାରରେ ପ୍ରବେଶ ସର୍ତ୍ତାବଳୀ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି । ଫଳସ୍ୱରୁପ ଭାରତକୁ ଆମେରିକା ସହିତ ଏହାର ଆର୍ଥିକ ସମ୍ପର୍କରେ ସର୍ତ୍ତାବଳୀ ପୁନଃମୂଲ୍ୟାୟନ କରିବାକୁ ପଡିବ । ସେ କହିଛନ୍ତି ଯେ, ଆମେରିକା ଏହାର ରଣନୀତି ପରିବର୍ତ୍ତନ କରିଛି , ଯାହା ଅନ୍ୟ ଦେଶମାନଙ୍କୁ ଏହା ସହିତ ସେମାନଙ୍କର ସମ୍ପର୍କ ପୁନଃ ମୂଲ୍ୟାୟନ କରିବାକୁ ବାଧ୍ୟ କରୁଛି । ଆମେରିକାର ବୈଦେଶିକ ବିଭାଗର ସୂଚନା ରୁବିଓ ପ୍ରଥମେ ଉଜବେକିସ୍ତାନର ସମରକନ୍ଦ ଯାତ୍ରା କରିବେ , ଯେଉଁଠାରେ ସେ ପାଞ୍ଚଟି ମଧ୍ୟ ଏସୀୟ ଗଣରାଜ୍ୟ ସହିତ ସି୫+ ୱାନ ମନ୍ତ୍ରୀସ୍ତରୀୟ ବୈଠକରେ ଅଂଶଗ୍ରହଣ କରିବେ । ଏହା ପରେ ସେ ଭାରତ ଯାତ୍ରା କରିବେ । ଚଳିତ ବର୍ଷ ଏହା ତାଙ୍କର ଦ୍ୱିତୀୟ ସରକାରୀ ଭାରତ ଗସ୍ତ ।










