32.1 C
Bhubaneswar
Monday, October 12, 2026
Homeଦେଶ ବିଦେଶଦୀପାବଳିରେ ବାଣଫୁଟାକୁ ନେଇ ଏମିତି କହିଲେ ସୁପ୍ରିମକୋର୍ଟ

ଦୀପାବଳିରେ ବାଣଫୁଟାକୁ ନେଇ ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦୀପାବଳିରେ ଦିଲ୍ଲୀ-ଏନସିଆରରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ସମ୍ପର୍କରେ ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି, ଆମେ ବାଣ ଫୁଟାଇବା ନିଷେଧ କରିବା ପାଇଁ ନିର୍ଦ୍ଦେଶ ଜାରି କରିବା ମାତ୍ରେ ଲୋକମାନେ ଦିନରେ ବାଣ ଫୁଟାଇବା ଆରମ୍ଭ କରିବେ । ଆମେ ଧାର୍ମିକ ଭାବନାକୁ ଆଘାତ ଦେବୁ ନାହିଁ, ଆମେ ଏକ ସନ୍ତୁଳିତ ଆଭିମୁଖ୍ୟ ଖୋଜିବୁ । ଶୁଣାଣି ସମୟରେ ସିଜେଆଇ କହିଛନ୍ତି ଯେ ଏକ ବ୍ୟବହାରିକ ଏବଂ ସନ୍ତୁଳିତ ଆଭିମୁଖ୍ୟ ଆବଶ୍ୟକ ।

ଜନସାଧାରଣଙ୍କୁ ବାଣ ଫୁଟାଇବାର ବ୍ୟବହାରକୁ ଏକ ନିର୍ଦ୍ଦିଷ୍ଟ ଘଣ୍ଟା ମଧ୍ୟରେ ସୀମିତ ରଖିବା ପାଇଁ ବିଚାର କରିବା ଲାଗି ଆମ ପାଖରେ ଏପର୍ଯ୍ୟନ୍ତ ଯଥେଷ୍ଟ ସମୟ ଅଛି। ଶୁଣାଣି ସମୟରେ, ଆଇନଜୀବୀ ଯୁକ୍ତି ଦେଇଛନ୍ତି ଯେ, ବାଣ ଫୁଟାଇବା ଧର୍ମର ମୌଳିକ ଅଧିକାର ନୁହେଁ । ସେ କହିଛନ୍ତି, ପୂଜା ଧାର୍ମିକ ବିଶ୍ୱାସର ଏକ ଅଂଶ, କିନ୍ତୁ ବାଣ ଫୁଟାଇବା ନୁହେଁ। ସେ ମନ୍ତବ୍ୟ ଦେଇଥିଲେ ଯେ ଏହା ଦେଖି ଈଶ୍ୱର ମଧ୍ୟ ଆଶ୍ଚର୍ଯ୍ୟ ହେଇଥିବେ । ସିଜେଆଇ ଉତ୍ତର ଦେଇଛନ୍ତି, ଆମେ ଧାର୍ମିକ ଭାବନାକୁ ଆଘାତ ଦେବୁ ନାହିଁ, ବରଂ ଏକ ସନ୍ତୁଳିତ ଆଭିମୁଖ୍ୟ ବିଷୟରେ ବିଚାର କରିବୁ । ସିଜେଆଇ ସୂର୍ଯ୍ୟକାନ୍ତ ଏହା ମଧ୍ୟ କହିଛନ୍ତି, ନାଗରିକ ଏବଂ ନାଗରିକ ସମାଜ ବର୍ତ୍ତମାନର ପରିସ୍ଥିତି ବିଷୟରେ ସଚେତନ ରହିଲେ ଏବଂ ସେମାନଙ୍କର ଦାୟିତ୍ୱ ବୁଝିଲେ ଭଲ ହେବ।ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ପଚାରିଥିଲେ ଯେ, ଧର୍ମର ବାଣ ସହିତ କ’ଣ ସମ୍ପର୍କ ଅଛି। କୋର୍ଟକୁ ସହାୟତା କରୁଥିବା ଆମିକସ୍ କ୍ୟୁରି ଅପରାଜିତା ସିଂହ କହିଛନ୍ତି, ଏହି ଯୁକ୍ତି ପ୍ରତ୍ୟେକ ଥର କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking