32.1 C
Bhubaneswar
Saturday, October 10, 2026
Homeଓଡିଶାପେନସିଲଭାନିଆରେ ଭୟଙ୍କର ଗୁଳିକାଣ୍ଡ: ୨ ଶିଶୁଙ୍କ ସମେତ ୯ ମୃତ

ପେନସିଲଭାନିଆରେ ଭୟଙ୍କର ଗୁଳିକାଣ୍ଡ: ୨ ଶିଶୁଙ୍କ ସମେତ ୯ ମୃତ

ଆମେରିକା: ଆମେରିକାରେ ପୁଣି ଏକ ଭୟଙ୍କର ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ପେନସିଲଭାନିଆର ଏରି ସହରରେ ଜଣେ ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳିମାଡ଼ରେ ୨ ଶିଶୁଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ମିଳିଛି। ମୃତକଙ୍କ ମଧ୍ୟରେ ଗୁଳିଚାଳନା କରିଥିବା ସନ୍ଦିଗ୍ଧ ଆକ୍ରମଣକାରୀ ମଧ୍ୟ ରହିଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିବା ବେଳେ ଆମେରିକାର ବନ୍ଧୁକ ସଂସ୍କୃତିକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଶୁକ୍ରବାର ଅପରାହ୍ଣ ପ୍ରାୟ ୫ଟା ସମୟରେ ଏରି ସହରର ପେରି ଷ୍ଟ୍ରିଟ୍‌ରେ ଏହି ଗୁଳିକାଣ୍ଡ ଘଟିଥିଲା। ଜଣେ ବ୍ୟକ୍ତି ଘର ବାହାରେ ବନ୍ଧୁକରୁ ଗୁଳିଚାଳନା କରିବା ପରେ ଘର ଭିତରକୁ ପଶିଯାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ରାସ୍ତାରେ ଦୁଇଜଣ ମହିଳାଙ୍କ ମୃତଦେହ ପଡ଼ିଥିଲା। ଏହାପରେ ପୁଲିସ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking