33.1 C
Bhubaneswar
Saturday, October 10, 2026
Homeଓଡିଶା୩୨ ଟିକିଆ ହାତୀପଲ ଆକ୍ରମଣରେ ଯୁବକ ମୃତ

୩୨ ଟିକିଆ ହାତୀପଲ ଆକ୍ରମଣରେ ଯୁବକ ମୃତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ବନ ରେଞ୍ଜ ଅନ୍ତର୍ଗତ ଯମୁନାପଶି ପଞ୍ଚାୟତ ପଦ୍ମପୁର ଗ୍ରାମରେ ହାତୀ ଆକ୍ରମଣରେ ଜନୈକ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହେଲେ ଯମୁନାପଶି ଗ୍ରାମର କୁନୁରାମ ସର୍ଦ୍ଦାର । ଗତକାଲିଠାରୁ ୩୨ ଟିକିଆ ହାତୀପଲ ପାଟଣା ରେଞ୍ଜ ଅଞ୍ଚଳରେ ଉପଦ୍ରବ ଚଳାଇଥିବା ବେଳେ ଆଜି ପଦ୍ମପୁରରେ ଡେରା ପକାଇଥିଲେ । କୁନୁରାମ ପଦ୍ମପୁର ଗ୍ରାମକୁ ହାତୀ ଦେଖିବାକୁ ଯାଇଥିବା ବେଳେ ହାତୀ ଆକ୍ରମର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking