ଗଞ୍ଜାମ : ବନ୍ଦ ପାଳନକୁ ନେଇ ବିଜେପି ମଣ୍ଡଳ ସଭାପତି ଓ କଂଗ୍ରେସ ଉପସଭାପତିଙ୍କ ମଧ୍ୟରେ ତୀବ୍ର ବାକ୍ବିତଣ୍ଡା ହୋଇଛି । ଦୁଇ ପକ୍ଷ ମଧ୍ୟରେ କଥା କଟାକଟି ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା । ସ୍ଥିତି ବିଗିଡ଼ିବା ଆଶଙ୍କାରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ହସ୍ତକ୍ଷେପ କରିଥିଲା । ତେବେ ଘଟଣାକୁ ନେଇ ନୂଆ ବିବାଦ ଦେଖାଦେଇଛି । କଂଗ୍ରେସ ଅଭିଯୋଗ କରିଛି ଯେ, ମୁହାଁମୁହିଁ ଘଟଣାକୁ ଆଧାର କରି ପୁଲିସ କେବଳ କଂଗ୍ରେସ ନେତାଙ୍କୁ ଥାନାରେ ଅଟକ ରଖିଛି ।ଏହାର ପ୍ରତିବାଦରେ ହିଞ୍ଜିଳି ଥାନା ଆଗରେ କଂଗ୍ରେସ କର୍ମୀ ଓ ନେତାମାନେ ଧାରଣା ଦେଇଛନ୍ତି । ଓଡ଼ିଶା ବନ୍ଦକୁ ନେଇ ହିଞ୍ଜିଳିକାଟୁରେ ଏବେ ରାଜନୈତିକ ତାତି ବଢ଼ିଛି ।










