ଭୁବନେଶ୍ୱର: ଓଡିଶା ବନ୍ଦ ପ୍ରଭାବହୀନ କହିଲେ ବିଜେପି ସାଂସଦ ରବୀନ୍ଦ୍ର ବେହେରା । ଆହୁରି କହିଲେ, କଂଗ୍ରେସ ସହିତ ଲୋକ ନାହାନ୍ତି, ବନ୍ଦର ପ୍ରଭାବ ପଡିନି । କିଛି ସ୍ଥାନରେ କଂଗ୍ରେସ ଲୋକଙ୍କୁ ବାଧ୍ୟ କରୁଛି । ତାଙ୍କ ଅରାଜକତା କରିବା, ଅରାଜକତା କରି କ୍ଷମତାରୁ ଗଲେ । ଏମଏମଡିଆର ସଂଶୋଧନ ବାବଦରେ ଓଡିଶାବାସୀ ସ୍ପଷ୍ଟ ଅଛନ୍ତି । ଓଡିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରେ ବି ରାଜସ୍ୱ ବଢିଛି । ରାଜ୍ୟବାସୀ ବୁଝିଛନ୍ତି, ସେଥିପାଇଁ ଓଡିଶା ବନ୍ଦକୁ ସଫଳ କରିନାହାନ୍ତି ।










