ଭୁବନେଶ୍ୱର: ଓଡିଶା ବନ୍ଦ ପାଳନ ସଫଳ କହିଲେ ପିସିସ ସଭାପତି ଭକ୍ତ ଦାସ । ବିଭିନ୍ନ ଜିଲ୍ଲା ଓ ମୁଖ୍ୟାଳୟରେ ବନ୍ଦର ପ୍ରଭାବ ପଡିଛି ।ଜନସମର୍ଥନ ପାଇଛୁ , ଗ୍ରାଞ୍ଚଳରେ ବି ବିପୁଳ ପ୍ରଭାବ ପଡିଛି । ଆଗକୁ ଆହୁରି ଆନ୍ଦୋଳନ ତୀବ୍ର ହେବ କହିଲେ ଭକ୍ତ ଦାସ । ବିକ୍ଷୋଭ ପ୍ରଦର୍ଶନ କରାଯିବ, ମନ୍ତ୍ରୀଙ୍କୁ ଘେରାଉ କରିବୁ ବୋଲି ତହିଛନ୍ତି ଭକ୍ତ ଦାସ । ସେପେଟେ ବିଜେଡିର ୟୁ ଟର୍ଣ୍ଣ ନେଇ ଭକ୍ତ ଦାସ ପ୍ରତିକ୍ରିୟା ଦେଇ କହିଛନ୍ତି, ବିରୋଧ କରିଥିବା ସେମାନେ କହିନାହାନ୍ତି । ସମସ୍ତେ ମିଳିମିଶି କଲେ ଭଲ ହୁଅନ୍ତା । କାଲି ସେମାନେ ବି ଆନ୍ଦୋଳନ କରିବେ , ଆମେ ବି ଆମ ଷ୍ଟାଣ୍ଡ ନେବୁ । କିନ୍ତୁ ସେମାନଙ୍କ ଭଳି ଆମେ ୟୁ ଟର୍ଣ୍ଣ ନେବୁନୁ କହିଛନ୍ତି ଭକ୍ତ ।










